କୋଲକାତାରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଜଣ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ, ହେଲେ ତାଲିକାରେ ନାହିଁ ଆରଜି କର ମାମଲା
ଦୁଇ ଦଶନ୍ଧି ପରେ ପଶ୍ଚିମବଙ୍ଗରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ, ଏହି ତାଲିକାରେ ନାହିଁ ଆରଜି କର ମାମଲା
ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ମାମଲା ପରେ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗତ ଛଅ ମାସରେ ପଶ୍ଚିମବଙ୍ଗର କୋର୍ଟ ନାବାଳିକାମାନଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ପାଇଁ ଶୁଣାଣି କରିଛନ୍ତି। ପଶ୍ଚିମବଙ୍ଗରେ ଗତ ଛଅ ମାସ ମଧ୍ୟରେ ଏଭଳି ଅପରାଧ କରିଥିବା ୭ ଜଣ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିବ।
ସମସ୍ତ ଅଭିଯୁକ୍ତଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ପୋସ୍କୋ ଅଧିନିୟମ ଆଧାରରେ ଅଭିଯୋଗ ଅଣାଯାଇଥିଲା।
ମୃତ୍ୟୁଦଣ୍ଡ ତାଲିକାରେ ନାହିଁ ଏହି ମାମଲା: ଏହି ତାଲିକାରେ କୋଲକାତା ଆରଜି କର ମେଡିକାଲ କଲେଜ ମାମଲା ଅନ୍ତର୍ଭୁକ୍ତ ନାହିଁ। କୋଲକାତାର ଏକ କୋର୍ଟ ୯ ଅଗଷ୍ଟ, ୨୦୨୪ରେ ଆରଜି କର ହସ୍ପିଟାଲରେ ଘଟିଥିବା ଏକ ଟ୍ରେନି ମହିଳା ଡାକ୍ତରଙ୍କ ସହ ହୋଇଥିବା ଜଘନ୍ୟ ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି।
ଏହା ବ୍ୟତୀତ ୧୪ ବର୍ଷୀୟ ଝିଅଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲା ମଧ୍ୟ ଏହି ତାଲିକାରେ ନାହିଁ। ପୋଲିସ ଏହି ମାମଲାରେ ୨୨ ବର୍ଷୀୟ ଇ-ରିକ୍ସା ଚାଳଳଙ୍କୁ ଗିରଫ କରିଥିଲା।