fbpx

ସମୁଦ୍ର ଭିତରୁ ସୁରକ୍ଷିତ ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ: ଏସଆରସି ବିଭାଗର ବିରାଟ ସଫଳତା

ଭୁବନେଶ୍ୱର: ସମୁଦ୍ରରେ ଉଦ୍ଧାରକାରୀ ଟିମ୍‌ ର ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ଆଜି ସନ୍ଧ୍ୟା ସମୟରେ ନେହେରୁବଙ୍ଗଳା ମୁହାଣ ମୁହଁରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁସାରେ, ବୋଟ୍ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା । ଫଳରେ ବୋଟ୍ ଟି ପାଣି ଭିତରେ କେଉଁଆଡେ ହଜି ଯାଇଥିଲା । ସେହି ଟ୍ରଲରକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି ବିଭାଗ । ଦୁଇ ଘଣ୍ଟା କାଳ ସମୁଦ୍ରରେ ଫସି ରହିବା ପରେ ଟ୍ରଲର ସହ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ ।

Get real time updates directly on you device, subscribe now.