fbpx

୨ଟି ବୋଟ୍ ଉପରେ ଖସିଲା ଚଟାଣ, ୭ ମୃତ; ଦେଖନ୍ତୁ ଭୟାନକ ଭିଡିଓ

ବ୍ରାଜିଲ୍: ଦୁଇଟି ମୋଟରବୋଟ୍ ଉପରେ ଜଳପ୍ରପାତ ନିକଟକୁ ଲାଗିଥିବା ଏକ ପାହାଡ଼ର ଚଟାଣ ଖସିବା ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଶନିବାର ଦିନ ବ୍ରାଜିଲର ସୁଲ୍ ମିନାସ୍ ରେ ଥିବା ଏକ ୱାଟରଫଲ୍ ରେ ଏହି ଅଘଟଣ ଘଟିଛି । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏହି ଅଘଟଣ ବ୍ରାଜିଲର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ କ୍ୟାପିଟୋଲିଓ କାନିୟନ୍ସରେ ଘଟିଛି । ଭାଇରାଲ୍ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଏହି ପର୍ଯ୍ୟଟନସ୍ଥଳରେ ଥିବା ବିରାଟ ଟାୱାର୍ ଭଳି ପାହାଡ଼ର ଚଟାଣ ବୋଟିଂ କରୁଥିବା ପର୍ଯ୍ୟଟକଙ୍କ ଉପରେ ଖସିପଡୁଛି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଆହୁରି ୩ ଜଣ ଏବେଯାଏଁ ନିଖୋଜ ଥିବା ଜଣାପଡ଼ିଛି । ଏହା ବ୍ୟତୀତ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣଙ୍କର ହାଡ ଭାଙ୍ଗିଯାଇଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।

Get real time updates directly on you device, subscribe now.