୬ ଦିନରେ ୭୦ ବିମାନକୁ ମିଳିଲା ବୋମା ଆତଙ୍କର ଧମକ, ଏବେ ଇଣ୍ଡିଗୋର ୫ଟି ଫ୍ଲାଇଟ୍ସକୁ ଥ୍ରେଟ କଲ

ନୂଆଦିଲ୍ଲୀ: ଏୟାରଲାଇନ୍ସକୁ ବୋମା ଥ୍ରେଟ ମାମଲା ଲଗାତାର ବଢିବାରେ ଲାଗିଛି। ଏହାରି ମଧ୍ୟରେ ଶନିବାର ଦିନ ଇଣ୍ଡିଗୋର ୫ଟି ବିମାନକୁ ବୋମାରେ ଉଡାଇବାର ଧମକ ମିଳିଛି। ଆକାସା ଏୟାରଲାଇନର ପାଞ୍ଚଟି ଫ୍ଲାଇଟ୍ସକୁ ମଧ୍ୟ ବୋମା ଆତଙ୍କର ଧମକ ମିଳିଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇରୁ ଇସ୍ତାବୁଲ ପର୍ଯ୍ୟନ୍ତ ଯାଉଥିବା ଫ୍ଲାଇଟ ନମ୍ବର ୬ଇ ୧୭ରୁ ଜଡିତ ସ୍ଥିତିରେ ଅବଗତ ଅଟେ।

କମ୍ପାନୀ କହିଛି ଯେ, ଯାତ୍ରୀମାନେ ଏବଂ ଚାଳକ ଦଳର ସୁରକ୍ଷା ଆମର ପ୍ରାଥମିକତା ଏବଂ ଆମେ ସମ୍ବନ୍ଧୀୟ ଅଧିକାରୀମାନଙ୍କ ସହ ମିଶି କାମ କରୁଛୁ। ଆମେ ଦିଗନିର୍ଦ୍ଦେଶକ ଅନୁସାରେ ସମସ୍ତ ଆବଶ୍ୟକ ସତର୍କ ଅବଲମ୍ବନ କରୁଛୁ। ଇଣ୍ଡିଗୋ ଅନ୍ୟ ବିବୃତ୍ତିରେ କହିଛି ଯେ, ଆମେ ଦିଲ୍ଲୀରୁ ଇସ୍ତାବୁଲ ପର୍ଯ୍ୟନ୍ତ ଚଳାଚଳ ହେଉଥିବା ଉଡାଣ ୬ଇ ୧୧ରୁ ଜଡିତ ସ୍ଥିତି ସହ ଅବଗତ ଅଛୁ। ସୋମବାରରୁ ଏପର୍ଯ୍ୟନ୍ତ ୭୦ରୁ ଅଧିକ ଫ୍ଲାଇଟ୍ସକୁ ବୋମାରେ ଉଡାଇଦେବା ଧମକ ମିଳିଛି।

Get real time updates directly on you device, subscribe now.