fbpx

ବିଲରୁ କୋବି ନେଇ ଖାଇ ଦେବାରୁ ୭୦ ବର୍ଷୀୟା ବୃଦ୍ଧା ମା’କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ

Advertisement

କେନ୍ଦୁଝର: (ଓଡ଼ିଶା ଭାସ୍କର) ବିଲରୁ କୋବି ନେଇ ଖାଇ ଦେବାରୁ ୭୦ ବର୍ଷୀୟା ବୃଦ୍ଧା ମାଆକୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ। ଏଭଳି ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରାସପଶି ଗ୍ରାମରେ। ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ମିଳିଥିବା ସୂଚନା ଅନୁସାରେ, ସରାସପଶି ଗ୍ରାମର ସୁଭଦ୍ରା ମହାନ୍ତଙ୍କ ଦୁଇ ପୁଅ। ଦୁଇ ପୁଅ ଓ ମା ସମସ୍ତେ ଅଲଗା ରହୁଛନ୍ତି।

ସୁଭଦ୍ରା ସାନପୁଅ ଶତ୍ରୁଘ୍ନଙ୍କ ବାଡ଼ିରୁ ଏକ କୋବି ତୋଳି ନେଇ ଖାଇ ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶତ୍ରୁଘ୍ନ ମାଆଙ୍କ ସହ ଝଗଡ଼ା କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶତ୍ରୁଘ୍ନ ମାଆ ସୁଭଦ୍ରାଙ୍କୁ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା। ଗ୍ରାମବାସୀ ଛଡ଼ାଇବାକୁ ଆସିବାରୁ ସେମାନଙ୍କୁ ଓଲଟା ଧମକଚମକ ଦେଇଥିଲା। ଏ ସମ୍ପର୍କରେ ଗ୍ରାମବାସୀ ଚମ୍ପୁଆ ଥାନାକୁ ଜଣାଇଥିଲେ। ବୃଦ୍ଧା ସୁଭାଦ୍ରାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ଚମ୍ପୁଆ ପୋଲିସ।

Get real time updates directly on you device, subscribe now.