ଆତଙ୍କବାଦୀଙ୍କ ବନ୍ଧୁକ ମୁନରେ ୭୩ ଛାତ୍ରଛାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଆତଙ୍କ ପ୍ରପୀଡ଼ିତ ନାଇଜେରିଅରାରେ ପୁନର୍ବାର ଏକ ଆତଙ୍କୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଦେଶର ଉତ୍ତର ପଶ୍ଚିମ ପ୍ରାନ୍ତର ଏକ ସ୍କୁଲ ଉପରେ ଆତଙ୍କୀ ମାନେ ଆକ୍ରମଣ କରିବା ସହିତ ୭୩ ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣ କରି ନେଇଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ ଅପହୃତ ଶିଶୁଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି । ବୁଧବାର ଜାମଫାରା ରାଜ୍ୟର ମାରାଡୁନ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଅଧିକ ସଂଖ୍ୟାରେ ବନ୍ଧୁକ ଧରି ଆତତାୟୀ ଏହି ଶିଶୁ ମାନଙ୍କୁ ବନ୍ଧକ ରଖିଛନ୍ତି ବୋଲି ପୋଲିସ ଅଧିକାରୀ ମହମ୍ମଦ ସେହୁ କହିଛନ୍ତି । ଏହା ସହିତ ଏହି ଆତଙ୍କୀ ମାନଙ୍କ ସହିତ ଆଲୋଚନା ଜାରି ରହିଥିବା ନେଇ ଇବ୍ରାହିମ ଡୋସାରା ସୂଚନା ଦେଇଛନ୍ତି ।
ଏହି ଘଟଣା ପରେ ବିଭିନ୍ନ ଆତଙ୍କୀ ଶିବିର ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି । ଏହି ଆତଙ୍କୀ ମାନେ ନିୟମିତ ଭାବରେ ଏମିତି ଅପହରଣ କରି ଖସି ଯାଇଥାନ୍ତି । ଗୋଟିଏ ରାଜ୍ୟରେ ଅପହରଣ କରିବା ପରେ ପୋଲିସ ଏମାନଙ୍କୁ ତାଙ୍କ ରାଜ୍ୟରେ ଖୋଜୁଥିବା ବେଳେ ଏମାନେ ପଡୋଶୀ ରାଜ୍ୟରେ ଲୁଚିଥାନ୍ତି ।