ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ଆଶାରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ସାଧାରଣ ଭାବେ ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ସ୍ଥାୟୀ ଜମା (ଏଫଡି) ଅପେକ୍ଷା କମ୍ ସୁଧ ମିଳିଥାଏ । ତେବେ କିଛି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ହାଇ ରିଟର୍ଣ୍ଣ ଦେଉଛନ୍ତି । ଗ୍ରାହକମାନେ ଏ ବାବଦରେ ଅଧିକ ତଥ୍ୟ ଜାଣିବା ନିହାତି ଜରୁରୀ । ଆପଣମାନେ ଏହିସବୁ ବ୍ୟାଙ୍କରେ ସେଭିଙ୍ଗସ ଆକାଉଣ୍ଟ ଖୋଲି ୮ ପ୍ରତିଶତ ସୁଧ ପାଇ ପାରିବେ ।
୧- ଡିସିବି ବ୍ୟାଙ୍କ: ଏହି ବ୍ୟାଙ୍କ ୧୦ ଲକ୍ଷରୁ ଅଧିକ ଓ ୨ କୋଟିରୁ କମ୍ ବାଲାନ୍ସ ଉପରେ ଗ୍ରାହକଙ୍କୁ ୮ ପ୍ରତିଶତ ସୁଧ ଦେଉଛି । ବ୍ୟାଙ୍କ ୧୦ କୋଟି ଠାରୁ ଅଧିକ ଓ ୨୦୦ କୋଟିରୁ କମ୍ ବାଲାନ୍ସ ଉପରେ ୭.୭୫ ପ୍ରତିଶତ ସୁଧ ଅଫର କରୁଛି ।
୨- ଆଇଡିଏଫସି ଫାଷ୍ଟ ବ୍ୟାଙ୍କ: ଏହି ବ୍ୟାଙ୍କ ୫ ଲକ୍ଷରୁ ଅଧିକ ଓ ୨୫ କୋଟିରୁ କମ୍ ବାଲାନ୍ସ ଉପରେ ୭ ପ୍ରତିଶତ ସୁଧ ହେଉଛି । ବ୍ୟାଙ୍କ ୩ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର କରୁଛି । ଗତ ଅକ୍ଟୋବର ମାସରୁ ଏହି ନୂଆ ଦର ଲାଗୁ ହୋଇଯାଇଛି ।
୩- ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୧୦ ଲକ୍ଷରୁ ଅଧିକ ଓ ୫ କୋଟିରୁ କମ୍ ବାଲାନ୍ସ ଉପରେ ୭.୫୦ ପ୍ରତିଶତ ସର୍ବାଧିକ ସୁଧ ଅଫର କରୁଛି । ଗତ ନଭେମ୍ବର ମାସ ୧୩ ତାରିଖରୁ ଏହା ଲାଗୁ ହୋଇଛି ।
୪- ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୫ ଲକ୍ଷରୁ ଅଧିକ ବାଲାନ୍ସ ଉପରେ ୭.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ସେଭିଙ୍ଗସ ଆକାଉଣ୍ଟରେ ୩.୫ରୁ ୭.୫ ପ୍ରତିଶତ ସୁଧ ମିଳୁଛି । ଏହି ସୁଧ ହାର ଗତ ନଭେମ୍ବର ମାସ ୨୦ରୁ ଲାଗୁ ହୋଇଯାଇଛି ।
୫- ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ଦ୍ୱାରା ୩.୫ରୁ ୭.୨୫ ପ୍ରତିଶତ ସୁଧ ଅଫର କରାଯାଉଛି । ୧ କୋଟିରୁ ୫ କୋଟି ପର୍ଯ୍ୟନ୍ତ ବାଲାନ୍ସ ଉପରେ ଏହି ସୁବିଧା ମିଳୁଛି । ସେପ୍ଟେମ୍ବର ୧୧ଠାରୁ ଏହା ଲାଗୁ ହୋଇଛି ।
୬- ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୨୫ ଲକ୍ଷରୁ ଅଧିକ ଓ ୧୦ କୋଟିରୁ କମ୍ ବାଲାନ୍ସ ଉପରେ ୩.୫ ପ୍ରତିଶତରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ଚଳିତ ମାସ ପହିଲାରୁ ଏହି ନୂଆ ଦର ଲାଗୁ ହୋଇଛି ।