fbpx

ଓଡ଼ିଶାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୮୩୯୯ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨ ଆକ୍ରାନ୍ତ

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ ମଧ୍ୟ କରୋନା ଉପରେ ସାମାନ୍ୟ ପ୍ରଭାବ ପକାଇ ପାରୁନାହିଁ । ଏହା ମଧ୍ୟରେ ଆଜି ପୁଣି ୮୩୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୪୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬୫୮ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୬ ଲକ୍ଷ ୯୨ ହଜାର ୨୭ ରହିଥିବା ବେଳେ ୮୭ ହଜାର ୨୨୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.