୮୬୫ ଖଣ୍ତ କାଠରେ ତିଆରି ହେବ ୩ ରଥ, ଏବେ ସୁଦ୍ଧା ପୁରୀ ପହଂଚିଛି ୧୦୧ କାଠ (video)

ଅକ୍ଷୟ ତୃତୀୟାରେ ଆରମ୍ଭ ହେବେ ରଥ ନିର୍ମାଣ କାମ । ଶହ ଶହ ବର୍ଷ ଧରି ପରମ୍ପରା ଅନୁସାରେ ଚାଲିଛି ରଥ ନିର୍ମାଣ ।

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ । ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ରଥଯାତ୍ରା ପାଇଁ ରଥକାଠର ହେବ ଅନୁକୂଳ । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସରସ୍ୱତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ କରାଯାଏ ।

ଚୁନ ପାଣିରେ ପବିତ୍ର ହବ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଆଜିର ଦିନରେ ରଥକାଠ ପୂଜା ହୁଏ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥରେ ବ୍ୟବହାର ହେବାକୁଥିବା ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯିବ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ଼ିଂ କରାଯାଇ ଚୁନପାଣି ପଡ଼ି ପବିତ୍ର କରାଯାଏ । ଏହା ପରେ ତିନୋଟି ଧଉରା କାଠର ମାଜଣା କରାଯିବାର ପରମ୍ପରା ରହିଛି । ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହେବ।

ଘଣ୍ଟେ ହେବ ପୂଜା: ତେବେ ନିର୍ମାଣ ସମୟରେ ଏହି ପୂଜା ହୋଇଥିବା କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ । ଶ୍ରୀମନ୍ଦିର ପ୍ରଶାସନ, ରଥକାଠ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଧାର ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା ପରେ ସୁନା କୁରାଢ଼ିରେ ରଥକାଠ ଅନୁକୂଳ ହେବ ।

ରଥ ନିର୍ମାଣ ପାଇଁ ଚଳିତବର୍ଷ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୧ ଖଣ୍ତ ରଥକାଠ ପୁରୀ ଆସିଛି । ଯେଉଁଥିରେ ୪୮ ଟି ଅସନ ଓ ୫୩ ଟି ସଉରା କାଠ ରହିଛି । ପୂର୍ବ ବର୍ଷର ୫୧ ଖଣ୍ତ କାଠ ଗଛିତ ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୮୧୪ ଖଣ୍ତ ରଥକାଠ ଆସିବ । ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥକାର୍ଯ୍ୟ ଆରମ୍ଭ ହେବ ।