ବୟସ ମାତ୍ର ୯ ବର୍ଷ, କିନ୍ତୁ ବୁଦ୍ଧି ପ୍ରଖର । ୯ ବର୍ଷର ପିଲାର କାରନାମା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଏହି ୯ ବର୍ଷର ନାବାଳକଟି ଏକୁଟିଆ ପ୍ରାୟ ୨୭୦୦ କିମି ଫ୍ଲାଇଟରେ ଯାତ୍ରା କରିଛି, ତାହା ପୁଣି ବିନା କୌଣସି ଟିକେଟରେ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ପିଲାଟି ଯାତ୍ରା କରିବା ପାଇଁ ସବୁ ଟେକନିକ୍ ଇଣ୍ଟରନେଟରୁ ଶିଖିଛି ।
ଏହି ଘଟଣାଟି ହେଉଛି ବ୍ରାଜିଲର । ୯ବର୍ଷର ଏହି ପିଲାଟିର ନାଁ ହେଉଛି ଇମାନୁଏଲ । ସେ ନିଜ ଘର ମାନାଉସରୁ ପଳାଇଯାଇଥିଲା ଏବଂ ଗୁଆରୁଲହୋସ ପର୍ଯ୍ୟନ୍ତ ଏକୁଟିଆ ଯାତ୍ରା କରିଥିଲା । ତାହାବି ବିନା ଫ୍ଲାଇଟ ଟିକେଟରେ । ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଖସିଯିବାରେ ସଫଳ ହୋଇଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ସୁରକ୍ଷାକର୍ମୀ ମାନେବି ଜାଣିପାରିନଥିଲେ କି ଧରିପାରିନଥିଲେ ।
କିନ୍ତୁ ଯେତେବେଳେ ୨୭୦୦ କିମି ଯାତ୍ରା କରିବା ପରେ କ୍ରୁ ମେମ୍ବରଙ୍କୁ ସନ୍ଦେହ ହୋଇଥିଲା ଏବଂ ସେମାନେ ଯେତେବେଳେ ଯାଞ୍ଚ କରିଥିଲେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପିଲାଟିର ପାଖରେ ନା କିଛି ଡ଼କ୍ୟୁମେଣ୍ଟ ଥିଲା ନା ଥିଲା ଫ୍ଲାଇଟ ଟିକେଟ୍ । ଆଉ ଯେତେବେଳେ ପିଲାଟି କହିଥିଲା ଯେ ସେ ଫ୍ଲାଇଟରେ ଏମିିତି ଉଡ଼ିବା ପାଇଁ ସେ ଗୁଗଲରେ ସର୍ଚ୍ଚ କରି ଶିଖିଥିଲା । ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏପଟେ ପିଲାଟିର ମା ଫେବ୍ରୁଆରୀ ୨୬ତାରିଖରେ ଥାନାରେ ନିଜ ପୁଅର ନିଖୋଜକୁ ନେଇ ଅଭିଯୋଗ କରିଥିଲେ । ଆଉ ସେପଟେ ଫ୍ଲାଇଟରେ କ୍ରୁ ମେମ୍ବର ବି ତାଙ୍କ ମାଙ୍କୁ ଯୋଗା ଯୋଗ କରିଥିଲେ । ଆଉ ପିଲାଟି ଘରକୁ ଫେରିଥିଲା । କିନ୍ତୁ ଇମାନୁଏଲ ମାଁ ଯାହା କୁହନ୍ତି ଯେ ଏ ବହୁତ ଚାଲାକ୍ ଏବଂ ପ୍ରତ୍ୟକ ଦିନ କିଛିନା କିଛି ନୂଆ କରିବା, ବାହାରକୁ ବୁଲିବାକୁ ଯିବା ପାଇଁ ଗୁଗୁଲରେ ସର୍ଚ୍ଚ କରି ରାତିଦିନ ଖୋଜିଥାଏ ଏବଂ ସେଭିତରେ ଏଭଳିବି ସର୍ଚ୍ଚ କରି ସେ କାହା ନଜରେ ନଆସି ଫ୍ଲାଇଟରେ ଚାଲିଯାଇଛି ।