fbpx

Big Breaking; ରଥଯାତ୍ରା ପାଇଁ ୯୦ ଅଫିସରଙ୍କୁ ଦାୟିତ୍ୱ: ଗଣତି ହେବେ ଆସୁଥିବା ଶ୍ରଦ୍ଧାଳୁ

Advertisement

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏଥିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ରଥଯାତ୍ରାର ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ୯୦ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସମେତ ୯୦ ଜଣ ଏହି ଦାୟିତ୍ୱରେ ରହିବେ । ସରକାରଙ୍କ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହାବ୍ୟତୀତ ରଥଯାତ୍ରାକୁ ଆସୁଥିବା ଭକ୍ତମାନଙ୍କର ଗଣତି କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ରଥଯାତ୍ରାରେ ପୁରୀକୁ ଆସୁଥିବା ଭକ୍ତଙ୍କର ଗଣନା କରାଯିବ ବୋଲି ଘୋଷଣା ହୋଇଛି । ଭକ୍ତଙ୍କ ସଂଘ୍ୟା ଗଣନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ । ହୋଟେଲ, ଧର୍ମଶାଳା ଏବଂ ଲଜିଂରେ ମଧ୍ୟ ଯାତ୍ରୀଙ୍କର ଗଣନା କରାଯିବ । ବସ୍, ଅଟୋ, କାର୍, ବାଇକରେ ଆସୁଥିବା ଯାତ୍ରୀଙ୍କୁ ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.