fbpx

ଗଣତନ୍ତ୍ର ଦିବସରେ ୯୦୧ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ; ଓଡିଶାକୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ । ଫଳରେ ଏହାକୁ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ସରିଛି । ତେବେ ଏହା ଅବସରରେ ଯବାନମାନଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚରୀ ପର୍ଯ୍ୟନ୍ତ ଏପରିକି ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଏହା ପାଳିତ ହେବ । ତେବେ ଏହି ସାଧାରଣତନ୍ତ୍ର ଦିବସରେ ଦେଶର ୯୦୧ ଜଣଙ୍କୁ ପୋଲିସ ମେଡାଲ ଦିଆଯିବ । ଯେଉଁଥିରେ ଓଡିଶାର ଦୁଇଜଣ ବୀର ଯୋଦ୍ଧାଙ୍କ ନାଁ ମଧ୍ୟ ସାମିଲ ରହିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ଅବସରରେ୯୦୧ ଜଣ ପାଇବେ ପୋଲିସ ମେଡାଲ । ସେଥିମଧ୍ୟରୁ ଡି.ଏସ୍ କୁଟ୍ଟେ ଏବଂ କନେଷ୍ଟବଳ ପ୍ରହଲାଦ ରାଉତଙ୍କ ସମେତ ମୋଟ୍ ୯୩ ଜଣଙ୍କୁ ରଷ୍ଟ୍ରପତି ପୋଲିସ ମେଡାଲ ମିଳିବ । ତେବେ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏଥିସହିତ ୧୪୦ଜଣ ପୋଲିସ କର୍ମଚାରୀ ସାହାସିକତା ପୁରସ୍କାର ପାଇବେ । ଏତତ୍ ବ୍ୟତୀତ ସମ୍ମାନଜନକ ସେବା ପାଇଁ ୬୬୮ ଜଣ ପୋଲିସ କର୍ମଚାରୀ ସମ୍ମାନିତ ହେବ ।

ଏହି ସମ୍ମାନ ଜନକ ସେବ ପାଇଁ ଓଡିଶାରୁ ୧୧ ଜଣ ପୋଲିସ କର୍ମଚାରୀଙ୍କ ପୁରସ୍କୃତ ହେବେ । ଏତତ୍ ବ୍ୟତୀତ ଓଡିଶାରୁ ଆପିଏସ୍ ଡି.ଏସ୍ କୁଟ୍ଟେ ରାଷ୍ଟ୍ରପତି ପୋଲିସ ମେଡାଲ ପାଇବେ ବେଳେ ପ୍ରହଲ୍ଲାଦ ରାଉତଙ୍କୁ ମଧ୍ୟ ଏହି ପୁରସ୍କାର ମିଳିବ ।

Get real time updates directly on you device, subscribe now.