fbpx
BJD SKY
BJD SKY

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ, କବାଟ ଖୋଲି ଦେଖିଲା ପରେ…

BJD

ଉତ୍ତର ପ୍ରଦେଶ: ଦେଶରେ ତଥା ରାଜ୍ୟରେ ଅପରାଧ ତଥା ସୁଇସାଇଡ୍ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି । ସେହିପରି ଆଜି ଉତ୍ତର ପ୍ରଦେଶର ଔରେୟା ଅଞ୍ଚଳରେ ଏକ ଘରୁ ଦୁର୍ଗନ୍ଧ ଆସୁଥିଲା । ସେଥିପାଇଁ ଆଖପାଖ ଲୋକ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି କବାଟ ଭାଙ୍ଗିବା ପରେ ଶବ ଉଦ୍ଧାର କରାଯାଇଛି । ଏହାପରେ ଶବବ୍ୟବଚ୍ଛେଦ ପାଇଁ ପାଠାଯାଇଥିଲା ।

ସୂଚନା ଅନୁଯାୟୀ, ମୃତକ ଜଣେ ସେହି ଘରେ ଏକୁଟିଆ ରହୁଥିଲେ, କାରଣ ତାଙ୍କ ପିତା-ମାତାଙ୍କ ନିଧନ ଘଟିସାରିଛି । ପଡ଼ୋଶୀମାନେ କହିବା ଅନୁସାରେ, ମୃତକ ମହାବୀର ଜଣେ ଟ୍ରକ ଡ୍ରାଇଭର ଏବଂ ସେ ଏକା ବାସ କରୁଥିଲେ । ତେବେ ବହୁ ଦିନପରେ ତାଙ୍କ ଘର ଆଖପାଖରେ ଦୁର୍ଗନ୍ଧ ଆସିଥିଲା । ଝରକା ଖୋଲି ସେମାନେ ଦେଖିଲା ବେଳକୁ ଜଣେ କେହି ଖଟ ଉପରେ ଶୋଇଛନ୍ତି ଏହାପରେ ସମସ୍ତେ ବହୁ ପ୍ରକାର ଚେଷ୍ଟା କରି ତାଙ୍କୁ ଡ଼ାକିଥିଲେ ହେଲେ ଘରୁ କୌଣସି ପ୍ରକାର ଉତ୍ତର ଆସି ନଥିଲା । ପରେ ପୋଲିସଙ୍କୁ ସୂଚନା ଦିଆଯାଇଥିଲା ।

ଘଟଣାସ୍ଥଳରେ ଉଦ୍ଧାର କରାଯାଇଥିବା ମୃତକଙ୍କ ଦେହରେ କୌଣସି ଚିହ୍ନ ନାହିଁ । ଏହାପରେ ଘରୁ ସଂଗ୍ରହ କରାଯାଇଥିବା କିଛି ତଥ୍ୟ ଅନୁସାରେ ତାଙ୍କ ସଂପର୍କୀୟ ମାନଙ୍କ ସହ ଯୋଗାଯୋଗ କରାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଷ୍ଟବର୍ଟମ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି । ଏହା ବ୍ୟତିତ ପୋଲିସ ନିଜର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.