fbpx

ଓମିକ୍ରନ୍: ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୩୫୮, ସୁସ୍ଥ ହୋଇଛନ୍ତି ୧୧୭

ଦେଶରେ ଓମିକ୍ରନ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି   । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସାରା ଭାରତରେ ୧୭ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଛି  । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ କହିବା ଅନୁଯାଇ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ରୁ ଅଧିôକ ରହିଛି । ସେହିଭଳି ଓମିକ୍ରନରୁ ଏପର୍ଯ୍ୟନ୍ତ ୧୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।

ସେପଟେ ଓମିକ୍ରନ ଆକ୍ରାନ୍ତଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି  । ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ୧୮୩ ଜଣଙ୍କୁ ନେଇ ବିଶ୍ଲେଷଣ କରାଯାଇଛି  । ଯେଉଁଥିରେ ୯୧% ଜଣ ଦୁଇଟି ଯାକ ଟିକା ନେଇଥିବାବେଳେ, ଏମାନଙ୍କ ମଧ୍ୟରୁ ୩ ଜଣ ବୁଷ୍ଟର ଡୋଜ ମଧ୍ୟ ନେଇଥିବାର ଜଣା ପଡ଼ିଛି  । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାଇ ସଂକ୍ରମଣମାନଙ୍କ ମଧ୍ୟରେ ୬୦% ପୁରୁଷ ରହିଛନ୍ତି  ।

ଗତ ଡିସେମ୍ବର ୭ ରେ ‘WHO’ କହିଛି ଯେ ଡେଲଟା ଠାରୁ ଓମିକ୍ରନ୍ ୧.୫ ଅଧିକ ସଂକ୍ରାମକ ଏବଂ ଏହା ୩ ଦିନରେ ଦ୍ୱିଗୁଣିତ ହେଇଯାଉଛି  । ସଂକ୍ରମଣକୁ ଧ୍ୟାନରେ ରଖି କୋଭିଡ ଗାଇଡ୍ ଲାଇନ ମାନିବାକୁ ହେବ  ।

Get real time updates directly on you device, subscribe now.