fbpx
BJD SKY
BJD SKY

ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ କେଉଁ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ? ଜାଣନ୍ତୁ ରହସ୍ୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏନେଇ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଚିତ୍ତରଞ୍ଜନ ନିଖୋଜ ପରେ ଅପହରଣ ମାମଲା ହୋଇଥିଲା । ଗଡ଼ମୃଗଶିରା ବ୍ରିଜ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିଥିଲା । ଚିତ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଚିତ୍ତରଞ୍ଜନ ପରିବାରଙ୍କ ବୟାନ ରେକର୍ଡ କରାଯାଇଛି । ଡଗ ସ୍କ୍ୱଡ୍, ଫାୟାର ସ୍କ୍ୱାଡ୍ ଜରିଆରେ ତଦନ୍ତ ଚାଲିଥିଲା ।

ଚିତ୍ତ ମାମଲାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ହୋଇଥିବା ୨ ଜଣ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଅଶୋକ ଉପାଧ୍ୟାୟ । ୨ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ପୋଲିସକୁ ୭ ଦିନ ରିମାଣ୍ଡ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛୁ । ଦଫା ୩୦୨, ୧୨୦ବି, ୨୦୧, ୩୪ ଆଇପିସିରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ହତ୍ୟାରେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।

Get real time updates directly on you device, subscribe now.