fbpx

ପ୍ରେମ ବିବାହର ଭୟଙ୍କର ଦଣ୍ଡ! ପ୍ରେମିକାର ପରିବାର ଲୋକେ ଯୁବକଙ୍କୁ ପିଟିବା ପରେ କାଟିଦେଲେ ପ୍ରାଇଭେଟ୍ ପାର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରୁ ଜଣେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ହତ୍ୟା ଓ ଅପହରଣ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ ।

ଡିସିପି ପ୍ରଶାନ୍ତ ଗୌତମ କହିଛନ୍ତି ଯେ, ‘ଗୁରୁବାର ଦିନ ସଫଦରଜଙ୍ଗ ହସ୍ପିଟାଲରୁ ଏକ ପିସିଆର କଲ୍ ଆସିଥିଲା, ଯେଉଁଥିରେ ରାଜୌରୀ ଗାର୍ଡେନ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଅଣାଯାଇଥିବା କୁହାଯାଇଥିଲା ।’

ତେବେ ଯୁବତୀଙ୍କ ପରିବାର ଲୋକେ ଏଭଳି କାଣ୍ଡ ଘଟଣାଇଥିବା ଅଭିଯୋଗ ହୋଇଛି । କାହିଁକି ପରିବାରର ଇଚ୍ଛା ବିରୋଧରେ ସେ ଯୁବତୀଙ୍କୁ ଧରି ପଳାଇଥିବାରୁ ସେମାନେ ରାଗିଥିଲେ । ପରିବାର ଲୋକେ ପ୍ରଥମେ ଯୁବକଙ୍କୁ ଅପହରଣ କରି ମାଡ଼ ମାରିଥିଲେ ଓ ପରେ ତାଙ୍କ ପ୍ରାଇଭେଟ୍ ପାର୍ଟକୁ କାଟି ସାଗରପୁର ଅଞ୍ଚଳରେ ଫିଙ୍ଗି ଦେଇ ଫେରାର ହୋଇଥିଲେ । ବର୍ତ୍ତମାନ ଯୁବକଙ୍କୁ ସଫନରଗଞ୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ପୋଲିସ ଅଭିଯୁକ୍ତ ପକ୍ଷର କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଦିଲ୍ଲୀରେ ୨୨ ବର୍ଷୀୟ ପୀଡ଼ିତ ଯୁବକ ପରିବାର ସହିତ ରଘୁବୀର ନଗରରେ ରହୁଥିଲେ । ସେ ପ୍ରାୟ ୨ ବର୍ଷ ଧରି ସାଗରପୁରରେ ଜଣେ ୨୦ ବର୍ଷୀୟା ଯୁବତୀ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ସେ ଦୁହେଁ ପରିବାର ଇଚ୍ଛା ମୁତାବକ ବାହା ହେବା ପାଇଁ ସମସ୍ତଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କେହି ରାଜି ହୋଇନଥିଲେ । ଏହା ପରେ ପ୍ରେମୀଯୁଗଳ ଘରୁ ପଳାଇ ଡିସେମ୍ବର ୨୧ରେ ଜୟପୁରରେ ପହଞ୍ଚିଥିଲେ । ସେଠାରେ ଦୁହେଁ ଏକ ମନ୍ଦିରରେ ବାହା ହୋଇଥିଲେ । ଏହା ପରେ ଡିସେମ୍ବର ୨୨ରେ ଦୁହେଁ ପୁଣି ଦିଲ୍ଲୀ ଫେରିଆସିଥିଲେ ଓ ରାଜୌରୀ ଅଞ୍ଚଳରେ ରହିବାକୁ ଲାଗିଲେ ।

ଅନ୍ୟପଟେ ଦୁହିଁଙ୍କର ରହିବା ଠିକଣା ବିଷୟରେ ଯୁବତୀଙ୍କ ପରିବାରକୁ ଜଣାପଡିଗଲା । ଫଳରେ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ନିଜ ସାଥିରେ ସାଗରପୁର ନେଇଗଲେ । ଅଭିଯୋଗ ହେଉଛି କି, ଯୁବତୀଙ୍କ ପରିବାର ଲୋକେ ପ୍ରଥମେ ଯୁବକଙ୍କୁ ମାରପିଟ୍ କରିଥିଲେ ଓ ଅନ୍ୟ ସ୍ଥାନକୁ ନେଇ ଏକ ଧାରୁଆ ଅସ୍ତ୍ରରେ ପ୍ରାଇଭେଟ୍ ପାର୍ଟକୁ କାଟି ଦେଇଥିଲେ । ଏହା ପରେ ଯୁବକଙ୍କୁ ସାଗରପୁରର ଏକ ଜଙ୍ଗଲରେ ଫିଙ୍ଗିଦେଇ ଚମ୍ପଟ ମାରିଥିଲେ ।

Get real time updates directly on you device, subscribe now.