fbpx

ଭାରତୀୟଙ୍କୁ ନାହିଁ କରୋନା ଟେନସନ୍; ସର୍ଭେରେ ହେଲା ଖୁଲାସା

ଓମିକ୍ରନ ଭାରିଆଣ୍ଟରେ ବୃଦ୍ଧି ଯୋଗୁଁ କରୋନା ମହାମାରୀ ପୁଣି ଥରେ ବିଶ୍ୱ ସ୍ତରରେ ଚିନ୍ତାର କାରଣ ପାଲଟିଛି । ମାର୍କେଟ ରିସର୍ଚ୍ଚ କମ୍ପାନୀ Ipsos ଏହାର ମାସିକ ସର୍ଭେରେ କହିଛି ଯେ କୋଭିଡ-୧୯ ପୁଣି ଥରେ ବିଶ୍ୱ ସ୍ତରରେ ଚିନ୍ତାର କାରଣ ପାଲଟିଛି । ୨୮ ଦେଶରେ କରାଯାଇଥିବା ଏହି ସର୍ଭେକୁ ‘ହ୍ୱାଟ୍ ୱରିଜ୍ ଦ ୱାର୍ଲ୍ଡ’ ନାମ ଦିଆଯାଇଛି ।

ନଭେମ୍ବର ୧୯ରୁ ଡିସେମ୍ବର ୩ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ସାମିଲ ହୋଇଥିବା ଲୋକମାନେ ଗରିବୀ ଏବଂ ସାମାଜିକ ଅସମାନତା ଭଳି ବିଷୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ଭାରତରେ ଲୋକମାନେ ବେରୋଜଗାର ଏବଂ ଚାକିରି ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ଏହି ସର୍ଭେରେ ୧୮ଟି ବିଷୟକୁ ସାମିଲ କରଯାଇଥିଲା । ଯେଉଁଥିରେ ବେରୋଜଗାର, ଅର୍ଥନୈତିକ ଏବଂ ରାଜନୈତିକ ଦୁର୍ନୀତି, ଅପରାଧ ଏବଂ ହିଂସା, ସ୍ୱାସ୍ଥ୍ୟ ସୁବିଧା, ମୁଦ୍ରାସ୍ଫୀତି, ଟିକସ, ଜଳବାୟୁ ପରିବର୍ତ୍ତନ, ଶିକ୍ଷା, ସ୍ଥାନାନ୍ତରଣର ନିୟନ୍ତ୍ରଣ, ନୈତିକତାର ଅବନତି, ପରିବେଶର ଆହ୍ୱାନ, ଉଗ୍ରବାଦ ଏବଂ ଆତଙ୍କବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।

ଏହି ସର୍ଭେରେ ଭାରତରେ ୪୧ ପ୍ରତିଶତ ନାଗରିକଙ୍କ ପାଇଁ ବେରୋଜଗାରୀ ଏବଂ ଚାକିରି ସିକ୍ୟୁରିଟି କଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଯେତେବେଳେକି ଭାରତର ସହରାଞ୍ଚଳରେ ଦୁର୍ନୀତି ଏବଂ ରାଜନୈତିକ ଭ୍ରଷ୍ଟାଚାରକୁ ବଡ଼ କାରଣ ବୋଲି କହିଛନ୍ତି । ଅବଶ୍ୟ ଏହି ସର୍ଭେରେ ୭୦ ପ୍ରତିଶତ ଲୋକେ କହିଛନ୍ତି ଯେ ଦେଶ ଠିକ ରାସ୍ତାରେ ଯାଉଛି

Get real time updates directly on you device, subscribe now.