fbpx

ସେକ୍ସୁଆଲ୍ ରିଲେସନ୍ସିପ୍ ପୂର୍ବରୁ ସେବନ କରନ୍ତୁ ଏହିସବୁ ଜିନିଷ, ମିଳିବ ଚମତ୍କାରୀ ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକମାନଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ । ନିଜ ଲୋକଙ୍କ ସହିତ ସମୟ ବିତାଇବାକୁ ବି ହାତରେ ସମୟର ଅଭାବ ରହିଥାଏ । ଏମିତି ଚାଲିବା ଦ୍ୱାରା ଲୋକମାନେ ପ୍ରାୟତଃ ଚିନ୍ତା, ଥକ୍କାପଣ ଆଦି ପରିସ୍ଥିତି ଦେଇ ଗତି କରିଥାନ୍ତି । ଏ କ୍ଷେତ୍ରରେ ଯେତେବେଳେ ପାର୍ଟନର୍ ଙ୍କ ସହିତ ଯୌନ ସମ୍ବନ୍ଧ କଥା ଉଠେ ସେତେବେଳେ ଉତ୍ସାହ କମିଯାଇଥାଏ । ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଯାଏ । ତେବେ କିଛି ଜିନିଷ ଏପରି ରହିଛି ଯାହା ଆପଣଙ୍କୁ ଉତ୍ସାହ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ମଧ୍ୟ ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି ଏବଂ ଆପଣଙ୍କ ସାଥୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଯୌନ ସମ୍ପର୍କ ରଖିବା ପୂର୍ବରୁ କିଛି ଜିନିଷ ଖାଇବା ଦ୍ୱାରା ଆପଣଙ୍କୁ ଭଲ ଫଳାଫଳ ମିଳିପାରେ । ଏହି ଜିନିଷଗୁଡିକ ଖାଇବା ଦ୍ୱାରା ମନୋବଳ ବଢ଼ିଥାଏ ଓ ଶରୀରରେ ତାଜାପଣ ଆସିଥାଏ । ତେବେ ଜାଣିବା ସେସବୁ କଣ ।

ତେବେ ସେହିଭଳି କିଛି ଖାଦ୍ୟ ହେଉଛି ଡାଲିମ୍ବ, ଡାର୍କ ଚକଲେଟ୍, ପାଳଙ୍ଗ, ତରଭୁଜ, ଆଭୋକାଡୋ । ଏହି୫ଟି ଜିନିଷରେ ଫର୍ଟିଲିଟି ଓ ସେକ୍ସ ପାୱାର୍ ବଢ଼ାଇବାର ଶକ୍ତି ରହିଛି । ବିଶେଷଜ୍ଞ ମାନେ ମଧ୍ୟ ଏନେଇ ମତପୋଷଣ କରିଛନ୍ତି । କେବଳ ସେକ୍ସ ପାୱାର କାହିଁକି ଶରୀରକୁ ଆକ୍ଟିଭ୍ ରଖିବାରେ ମଧ୍ୟ ଏହିସବୁ ଖାଦ୍ୟକୁ ସେବନ କରିବା ଜରୁରୀ । ଏସବୁକୁ ସେବନ କରିବା ଦ୍ୱାରା ସେକ୍ସ ଡ୍ରାଇଭ୍ ଅତ୍ୟନ୍ତ ଆକର୍ଷକ ହୋଇଥାଏ ।

Get real time updates directly on you device, subscribe now.