fbpx

ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବ ‘ସାରେଗାମା’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନୀ ଲିଓନୀ ତାଙ୍କର ନିକଟରେ ରିଲିଜ ହୋଇଥିବା ‘ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ବିବାଦରେ ରହିଛନ୍ତି । ଏହି ଗୀତରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏମିତିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ବିବାଦକୁ ନେଇ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏହାରି ମଧ୍ୟରେ ଗୀତ ନିର୍ମାତା ସାରେଗାମା ଏକ ପୋଷ୍ଟ ମାଧ୍ୟମରେ ଗୀତର ଲିରିକ୍ସକୁ ବଦଳାଇବାନେଇ ସୂଚନା ଦେଇଛି ।

ଡିସେମ୍ବର ୨୩ ରେ ରିଲିଜ ହୋଇଥିବା ସନ୍ନି ଲିଓନୀଙ୍କ ଏହି ଗୀତ ବିବାଦ ଘେରକୁ ଆସିଥିଲା । ଏହି ଗୀତରେ ସନ୍ନିଙ୍କ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି ବୋଲି ଅଭିଯୋଗ ହୋଇଥିଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଥିଲେ କିଛି ବିଧର୍ମୀ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇବାକୁ ସବୁବେଳେ ପ୍ରୟାସ କରୁଛନ୍ତି । ରାଧା ମା ହେଉଛନ୍ତି ଭଗବାନ । ରାଧାଙ୍କର ପୂଜା କରାଯାଏ । ଏହା ସହ ସେ ଶାକିବ ତୋଶୀ ଏବଂ ସନ୍ନି ଲିଓନୀଙ୍କୁ ସମାଲୋଚନା କରିଥିଲେ ।

ତେବେ ଏହି ବିବାଦ ଭିତରେ ନିର୍ମାତା କମ୍ପାନୀ ୩ ଦିନ ମଧ୍ୟରେ ଗୀତର ଲିରିକ୍ସକୁ ବଦଳାଇବା ସହ ପୁରୁଣା ଗୀତକୁ ରିପ୍ଲେସ କରିବା ନେଇ ସୂଚନା ଦେଇଛି ।

 

Get real time updates directly on you device, subscribe now.