fbpx

୨୦୦୮ ମାଲେଗାଓଁ ବିସ୍ଫୋରଣ: ଯୋଗୀ ଓ RSS ବିରୋଧୀ ବୟାନ ପାଇଁ ପ୍ରଭାବିତ କରିଥିଲା ଏଟିଏସ୍

ନୂଆଦିଲ୍ଲୀ: ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ଏଟିଏସ ବିରୋଧରେ ବୟାନ ଦେଇଛନ୍ତି ସାକ୍ଷୀ । ମହାରାଷ୍ଟ୍ର ଏଟିଏସ୍ ପକ୍ଷରୁ ମାମଲାରେ ଭୁଲ ବୟାନ ଦେବା ପାଇଁ ଚାପ ପକାଯାଇଥିବା କହିଛନ୍ତି ସାକ୍ଷୀ । ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ବିରୋଧରେ ବୟାନ ଦେବା ପାଇଁ ଏଟିଏସ ପକ୍ଷରୁ ପ୍ରବର୍ତ୍ତା ଯାଇଥିଲା ବୋଲି ସାକ୍ଷୀ ଜଣଙ୍କ ପ୍ରକାଶ କରିଛନ୍ତି । ଏହି ବିସ୍ଫୋରଣର ତଦନ୍ତ ଏନଆଇଏ ହାତକୁ ଯିବା ପୂର୍ବରୁ ମହାରାଷ୍ଟ୍ର ଏଟିଏସ ଏହାର ତଦନ୍ତ କରୁଥିଲା ।

ଏହା ପୂର୍ବରୁ ୨୨ ଡିସେମ୍ବରରେ ମଧ୍ୟ ଜଣେ ବ୍ୟକ୍ତି ଏନଆଇଏ କୋର୍ଟରେ ନିଜ ବୟାନରୁ ଓହରି ଯାଇଥିଲେ । କର୍ଣ୍ଣେଲ ପ୍ରସାଦ ପୁରୋହିତ ଏବଂ ସୁଧାକର ଦ୍ୱିବେଦୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ହିନ୍ଦୁଙ୍କ ଉପରେ ହେଉଥିବା ବର୍ବରତାକୁ ନେଇ ଆଲୋଚନା ହୋଇଥିଲା । ଏହି ବ୍ୟକ୍ତି ଜଣଙ୍କ ଉକ୍ତ ବୈଠକରେ ଥିବା ନେଇ ପ୍ରାରମ୍ଭରୁ କୁହାଯାଇଥିଲା । ଏନଆଇଏ ପକ୍ଷରୁ ସମୁଦାୟ ୨୧୮ ଜଣ ସାକ୍ଷୀଙ୍କୁ ପେଶ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ନିଜର ବୟାନ ବଦଳାଇ ସାରିଲେଣି । ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇରୁ ୨୦୦ କିମି ଦୂର ମାଲେଗାଓଁ ନିକଟସ୍ଥ ଏକ ମସଜିଦରେ ୨୯ ସେପ୍ଟେମ୍ବର ୨୦୦୮ରେ ଏକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Get real time updates directly on you device, subscribe now.