fbpx

ସିଂହକୁ କୋଳରେ ଉଠାଇନେଲେ ଯୁବତୀ: ଦେଖନ୍ତୁ ଭାଇରାଲ ଭିଡିଓ…

ସିଂହକୁ କିଏ ବା ନଡରେ ।  କିନ୍ତୁ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ । ଭିଡିଓଟିରେ ଜଣେ ଝିଅ ସିଂହକୁ ରାତି ଅଧରେ ରାସ୍ତାରେ କୁଣ୍ଡେଇବାର ଦେଖିବାକୁ ମିଳିଛି । ଆଉ ଏହି ଭିଡିଓଟି କୁଏତରୁ ସାମ୍ନାକୁ ଆସିଛି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଚିନ୍ତା କରନ୍ତୁନାହିଁ ବାସ୍ତବରେ ଏହି ସିଂହଟିକୁ ଜଣେ ବ୍ୟକ୍ତି ନିଜ ଘରେ ପାଳିଥିଲେ । ସିଂହଟି ତାଙ୍କ ଘରୁ କେଉଁ ଆଡକୁ ଚାଲିଯାଇଥିଲା । ଏନେଇ ମାଲିକ ପୋଲିସକୁ ସୂଚନା ଦେଇଥିଲେ । ସିଂହଟିକୁ ଖୋଜାଖୋଜି ଚାଲିଥିଲା । ତେବେ ଖୋଲା ସ୍ଥାନରେ ସିଂହଟି ବୁଲୁଥିବା କେହି ଜଣେ ଦେଖିବାକୁ ପାଇଥିଲେ । ଏହା ପରେ ସିଂହ ମାଲିକଙ୍କ ଝିଅ ଘଟଣାସ୍ଥଳରେ ପହଞ୍ଚିଥିଲେ । ସିଂହଟିକୁ ନିଜ କୋଳକୁ ଉଠାଇ କାରରେ ରଖିଲେ । ତେବେ ଏପରି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.