fbpx

ଘର ଭିତରେ ଲାଗିଲା ନିଆଁ, ୭ ଶିଶୁଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ: ଆମେରିକାର ଫିଲାଡେଫ୍ଲିଆ ସହରର ଏକ ଆପାର୍ଟମେଣ୍ଟରେ ବୁଧବାର ଦିନ ଭୀଷଣ ଅଗ୍ନିକଣ୍ଡେ ଘଟିଯାଇଛି । ନିଆଁ ଲାଗିବା ଫଳରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିଶମ ଅଧିକାରୀ ମାନେ ଏନେଇ ସୂଚନା ଦେଇଛନ୍ତି । ସୂଚନା ଯେ, ଆପାର୍ଟମେଣ୍ଟରେ ନିଆଁ ଲାଗିବା ବିପଦ ନେଇ ଆଲର୍ଟ କରୁଥିବା ଚାରିଟି ମେସିନ୍ ଲାଗିଥିଲା । ହେଲେ ସେଥିମଧ୍ୟରୁ କେଉଁଟିବି କାମ କରୁନଥିଲା ।

ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସକାଳ ୬ଟା ସମୟରେ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୮ ଜଣ ଏମର୍ଜେନ୍ସି ଗେଟ୍ ପଟରେ ଦୌଡ଼ି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । କିନ୍ତୁ ବାକି ୧୩ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ସାମିଲ ରହିଛନ୍ତି । ହେଲେ ଶିଶୁ ମାନଙ୍କ ବୟସ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

 

Get real time updates directly on you device, subscribe now.