fbpx

BMCରେ ପୁଣି ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍, ଚିହ୍ନଟ ହେଲେଣି ଏକାଧିକ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏମସିରେ ପୁଣି ଥରେ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବରେ ଘୋଷଣା କରାଯାଇଛି । ଗୋଟିଏ ଲେଖାଏଁ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନୟାପଲ୍ଳୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନକୁ କଣ୍ଟେମେଣ୍ଟ ଘୋଷଣା କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ହୋଇଛି । କାଲି ଠାରୁ ଆଜି ଭିତରେ ବିଏମସିରେ ୧୪ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷିତ ହୋଇସାରିଲାଣି ।

ସୂଚନା ଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ୍ ଗାଇଡଲାଇନ୍ କୁ ରାଜ୍ୟ ସରକାର ଆହୁରି କଡ଼ାକଡ଼ି କରିଛନ୍ତି । ଗତକାଲି ସହରାଞ୍ଚଳ ମାନଙ୍କରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା କରାଯାଇଥିଲା । ଏଥିସହ ଲୋକଙ୍କ ବିଭିନ୍ନ ଗତିବିଧି କୁ ରୋକିବା ପାଇଁ ଗାଇଡଲାଇନ୍ ଘୋଷଣା କରିଥିଲେ ଏସଆରସି ।

Get real time updates directly on you device, subscribe now.