fbpx

ପାକିସ୍ତାନରେ କରୋନାର ପଞ୍ଚମ ଲହର, ଦ୍ୱିତୀୟଥର ପାଇଁ ସଂକ୍ରମିତ ହେଲେ ରାଷ୍ଟ୍ରପତି

ଇସଲାମାବାଦ: କରୋନା ସମଗ୍ର ବିଶ୍ୱରେ ପୁଣି ତାଣ୍ଡ ରଚିବା ଆରମ୍ଭ କରିଛି । ଏପରି ପରିସ୍ଥିତିରେ ପଡୋଶୀ ଦେଶ ପାକିସ୍ତାନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ନିକଟରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି କରୋନା ସଂକ୍ରମିତ ହୋଇଛନ୍ତି । ଏଜେନ୍ସି ମୁତାବକ, ପାକିସ୍ତାନରେ କରୋନାର ୫ମ ଲହର ଜାରି ରହିଛି । ରାଷ୍ଟ୍ରପତି ଅଲଭି ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଏଜେନ୍ସିରୁ ମିଳିଥିବା ସୂଚନା ଅନୁସାରେ, ଗତ ୪-୫ ଦିନ ହେବ ଅଲଭିଙ୍କ ଗଳା ଖରାପ ଥିଲା । ରାତିରେ ୨ ଘଣ୍ଟା ପାଇଁ ତାଙ୍କୁ ହାଲୁକା ଜ୍ୱର ଅନୁଭବ ହୋଇଥିଲା । ଏହା ବ୍ୟତୀତ କୌଣସି ଲକ୍ଷଣ ନଥିଲା । ଏହା ପରେ ସେ କରୋନା ଟେଷ୍ଟ କରାଇଥିଲେ, ଯେଉଁଥିରେ ସେ କରୋନା ପଜିଟିଭ ଥିବା ଜଣାପଡିଛି ।

ପାକିସ୍ତାନ ରାଷ୍ଟ୍ରପତି ଅଲଭି ଲୋକଙ୍କୁ କରୋନା ପ୍ରୋଟୋକଲ ପାଳନ କରିବା ସହିତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସଓପିକୁ ପାଳନ କରିବାକୁ ନିବେଦନ କରିଛନ୍ତି । ତେବେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଏହା ପୂର୍ବରୁ ଗତବର୍ଷ ୨୯ ମାର୍ଚ୍ଚରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅବଶ୍ୟ ସେତେବେଳେ ସେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

Get real time updates directly on you device, subscribe now.