fbpx

ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନବାଣ; ଜନଆକ୍ରୋଶରୁ ବର୍ତ୍ତିବା ପାଇଁ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛି ବିଜେଡି: ବିଜେପି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର ମରାମତି ପାଇଁ ୩୦୦୦ ଟଙ୍କା ଓ ପୋଷ୍ଟର ଉନ୍ମୋଚନ କରିବାକୁ ଯାଉଛନ୍ତି । ଏହା ଉପରେ ବିଜେପି ନେତା ଗୋଲକ ମହାପତ୍ର ୫ଟି ପ୍ରଶ୍ନ ପଚାରିବା ସହ ଏହି ପ୍ରସଙ୍ଗ ଉପରେ କିଛି ତଥ୍ୟ ରଖିଛନ୍ତି ।

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଲେ ସୁନା, ବିଜେଡି ଦେଲା ଭେଣ୍ଡି

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଗରିବଙ୍କ ପାଇଁ ଘର ପିଛା ଟଙ୍କା ପଠାଇଲେ ୧ ଲକ୍ଷ ୭୦ ହଜାର ଟଙ୍କା , ମାତ୍ର ଏଠାରେ ମୋଦିଙ୍କ ଟଙ୍କାକୁ ବାଟମାରଣା କରି ୫୦୦୦ ଟଙ୍କା ଦେଇ ଗରିବ ଲୋକଙ୍କୁ ଭଣ୍ଡାଇଛି ବିଜେଡି

• ବିଜେଡିର ୫ ହଜାର ଟଙ୍କା ଘର ସହାୟତା ଘୋଡ଼ା ୬ ଟଙ୍କାକୁ ଦାନା ୨ ଟଙ୍କା ସଦୃଶ୍ୟ

• ଗରିବଙ୍କୁ ୫ ହଜାର ଟଙ୍କା ଦେଇ ପ୍ରଚାରରେ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି ବିଜେଡି

• ଘର ପାଇନଥିବା ଲୋକଙ୍କ ଜନଆକ୍ରୋଶରୁ ବର୍ତିବା ପାଇଁ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛି ବିଜେଡି ।

• ଆମ ଦଳର ମାହାଙ୍ଗାର ଦୁଇ ଜଣ କାର୍ୟ୍ୟକର୍ତ୍ତା ଖୋଦ୍ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳିରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହୋଇଛି ହତ୍ୟା କରାଯାଇଛି ।

• ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି ।

• ଗରିବ ଲୋକଙ୍କ ହକକୁ ମାରି ନିଜର କର୍ମୀକୁ ପୋଷୁଛି ବିଜେଡି

• ଗରିବ ଲୋକଙ୍କୁ ଘର ନଦେଇ ମୋଦିଙ୍କ ଟଙ୍କାକୁ ଖାଇ ଦେଇ ଏବେ ମୁହଁ ଲୁଚାଇ ନିର୍ବାଚନ ପାଇଁ ୫୦୦୦ ଟଙ୍କା ବାଣ୍ଟୁଛି ବିଜେଡି

• ୨୦୧୪ ନିର୍ବାଚନରେ ବିଜେଡ଼ି ନିର୍ବାଚନ ଇସ୍ତାହାରରେ ସବୁ ଗରିବଙ୍କ ପାଇଁ ପକ୍କା ଘର ଓ ଜମି ନଥିବା ଲୋକଙ୍କୁ ଜମି ଦେଇ ଘର ଦେବେ ବୋଲି ଘୋଷଣା କରିଥିଲା । ସେ ପ୍ରତିଶ୍ରୁତି କୁଆଡେ ଗଲା ?

• ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଭାରତ ସରକାରଙ୍କ ଦେଉନାହଁ, ତମ ଦମ୍ଭ ପଣ କୁଆଡେ ଗଲା ?

• ନିର୍ବାଚନ ଆସିବା ବେଳେ ଗରିବ ଲୋକଙ୍କ ପାଇଁ ମୋଦି ଦେଉଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନ ଦେବା ପରେ ଏ ଲଲିପପ କାହିଁକି ଧରଉଛ ?

Get real time updates directly on you device, subscribe now.