fbpx

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ମାମଲା: ଗିରଫ ହେଲା ବ୍ଲାକମେଲର ପିଣ୍ଟୁଆ(Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗ୍ରାମର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଉଭୟଙ୍କୁ ବ୍ଲାକ ମେଲ କରୁ୍ଥିବା ଅଡିଓ ଭାଇରାଲ ପରେ ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁଆ କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଜାନୁୟାରି ଦୁଇ ତାରିଖ ରେ ଗାଁ ପାଖ ଏକ ବରଗଛରେ ପ୍ରତାପ ଦାସ ଓ ଜଣେ ନାବାଳିକା ଆତ୍ମହତ୍ୟା କରି ସୋମନଙ୍କ ମୃତ୍ୟୁ ର କାରଣ ପିଣ୍ଟୁଆ ବୋଲି କହିଥିଲେ । ଏମିତିକି ପିଣ୍ଟୁ ଭାଇ ନମ୍ବରରୁ ମେସେଜ ବି ନାବାଳିକାଙ୍କ ପାଖକୁ ଆସିଥିଲା । ଯେଉଁଥିରେ ମୋ ସହ ଥରେ ରିଲେସନ ରଖ କହି ସେ ବାଧ୍ୟ କରୁଥିବା ବି ଅଭିଯୋଗ ହୋଇଥିଲା ।

ଏମିତି କି ମୃତ୍ୟୁ ପୂର୍ବରୁ ବି ପ୍ରେମୀ ଯୁଗଳ ପିଣ୍ଟୁ ହିଁ ମୁଖ୍ୟ କାର୍ପେଟଦାର ବୋଲି କହିବା ସାଙ୍ଗକୁ ସେମାନଙ୍କ ପ୍ରେମ ସମ୍ପର୍କ କଥା ଜାଣି ସେ ବ୍ଳାକମେଲ କରୁଥିଲା ତେଣୁ ଆତ୍ମହତ୍ୟା କରୁଛୁ ବୋଲି ସ୍ପଷ୍ଟ କହିଥିଲେ । ଏହି ମାମଲରେ ଦାୟି କରିଥିବା ଅଡିଓ ଓ କିଛି ହ୍ବାଟସପ ଚାଟ ଭାଇରାଲ ହେବା ପରେ ମୃତ ଯୁବକ ଙ୍କ ପରିବାର ତରଫରୁ ଅଭିଯୁକ୍ତ କୁ ଗିରଫ ଲାଗି ମାମଲା ଦାୟର କରାଯାଇଥିଲା । ଫଳରେ ଏବେ ପୁଲିସ ସେହି ପିଣ୍ଟୁଙ୍କୁ ଗିରଫ କରିଛି । ତେବେ ଆଗକୁ ପୁଲିସ ତଦନ୍ତ କେଉଁ ଦିଗରେ ଯାଉଛି ତାକୁ ହିଁ ଅପେକ୍ଷା ।

Get real time updates directly on you device, subscribe now.