fbpx

ପ୍ରଧାନମନ୍ତ୍ରୀ ମୋଦୀ ବଦଳାଇଲେ ନିଜର ଟ୍ଵିଟର ପ୍ରୋଫାଇଲ ଫଟୋ, ଏବେ ନୂଆ ରୂପରେ ଆସିଲେ ନଜର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଟ୍ଵିଟର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ୧୦୦ କୋଟି କରୋନା ଭ୍ୟାକ୍ସିନ ସଂପର୍କିତ ଏକ ଫଟୋ ଲାଗିଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଅକ୍ଟୋବର ମାସରେ ଲଗାଇଥିଲେ। ମାତ୍ର ସଦ୍ୟ ପ୍ରୋଫାଇଲ ଫଟୋରେ ପ୍ରଧାନମନ୍ତ୍ରୀ ହାତ ଯୋଡିଥିବା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଗତ ଅକ୍ଟୋବର ୨୨ରେ ପ୍ରୋଫାଇଲ ଫଟୋ ବଦଳାଇଥିଲେ, ଯେବେ ଭାରତ କରୋନା ଭ୍ୟାକ୍ସିନର ୧୦୦ କୋଟିର ଡୋଜ୍ ଲଗାଇ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ରେକର୍ଡ ପରେ ସରକାର ଏବଂ କ୍ଷମତାସୀନ ପାର୍ଟି ବିରୋଧୀ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି ସମୟରେ ପିଏମ ମୋଦୀ ମଧ୍ୟ ନିଜର ପ୍ରୋଫାଇଲ ଫଟୋ ବଦଳାଇ ୧୦୦ କୋଟି କରୋନା ଭ୍ୟାକ୍ସିନର ଫ୍ରେମ୍ ଲଗାଇଥିଲେ।
ସବୁଠୁ ଲୋକପ୍ରିୟ ନେତାରେ ସାମିଲ୍
ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟରରେ ଦୁନିଆର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଅନ୍ୟତମ। ସଂପ୍ରତି ତାଙ୍କର ଅନୁଗାମୀଙ୍କ ସଂଖ୍ୟା ୭୪ ମିଲିୟନରୁ ଅଧିକ ରହିଛି। ସେ ସାମାଜିକ ପ୍ଲାଟଫର୍ମରେ ପ୍ରାୟ ଅଢେଇ ହଜାର ଲୋକଙ୍କୁ ଅନୁସରଣ କରିଛନ୍ତି।
ଏହା ପୂର୍ବରୁ ଟ୍ଵିଟର ପ୍ରୋଫାଇଲ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପକ୍ଷରୁ ସମସ୍ତ ଦେଶବାସୀଙ୍କୁ ୧୦୦ କୋଟି ଭ୍ୟାକ୍ସିନ ଡୋଜ୍ ପୂରା ହେବା ଖୁସିରେ ଅଭିନନ୍ଦନ ଜଣାଇଥିଲେ। ଫ୍ରେମ୍ ସହିତ ଏକ ବାର୍ତ୍ତା ମଧ୍ୟ ଏହି ପ୍ରୋଫାଇଲ ଫଟୋରେ ଲାଗିଥିଲା।

Get real time updates directly on you device, subscribe now.