fbpx

ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ସ୍ଲଟ ବୁକିଂ: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ଭୁବନେଶ୍ୱର: ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ଅନଲାଇନ୍ ସ୍ଲଟ ବୁକିଂ । ବୁଷ୍ଟର ଡୋଜ୍ ନେବାପାଇଁ କୋ-ୱିନରେ ପଞ୍ଜୀକରଣ ପାଇଁ ଖୋଲିଲା ସ୍ଳଟ୍ । ଅପରାହ୍ନ ୩ଟାରୁ ୬ଟା ଯାଏଁ ଦିଆଯିବ ପ୍ରିକସନାରି ଡୋଜ୍ । ତେବେ ପ୍ରିକସନାରି ଡୋଜ୍ ପାଇଁ ୨ୟ ଡୋଜ୍ ପ୍ରମାଣପତ୍ର ନେବା ଜରୁରୀ । ଏହା ଛଡ଼ା ବୁଷ୍ଟର ଡୋଜ୍ ଓ ୨ୟ ଡୋଜ୍ ମଧ୍ୟରେ ୯ ମାସର ବ୍ୟବଧାନ ଜରୁରୀ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା । କାଲିଠୁ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ ।

କୋ-ୱିନ୍ ଦ୍ୱାରା ଟିକା ନେବାକୁ ଚାହୁଥିଲେ ଏହି ଲିଙ୍କରେ କ୍ଲିକ କରି ସ୍ଲଟ ବୁକିଂ କରିପାରିବେ । https://www.cowin.gov.in/

Get real time updates directly on you device, subscribe now.