fbpx

ପାରିଶ୍ରମିକ ବଢ଼ାଇଲେ ଦିଶା ! ଅନ୍‌ଟାଇଟ୍‌ଲଡ ସିନେମାରେ କଲେ ସାଇନ୍‌

ମୁମ୍ବାଇ: ଦିଶା ପଟାନିଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା । ସେ କୁଆଡେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି । ହେଲେ ଏ ବିଷୟରେ ପଚାରିଲା ବେଳକୁ ସେ ଏହାକୁ ଏଡାଇ ଦେଇ କହୁଛନ୍ତି ଯେ, ଖାଲି ଗୁଜବ । କଥା କଣ କି ଏବେ ତ ହିନ୍ଦୀ ସିନେମା ଜଗତ ପୁଣି ଥରେ ଚଳଚଂଚଳ ହୋଇଉଠିଛି । ଆଉ ୟା ଭିତରେ ଦିଶା ଏକ ଅନ୍‌ଟାଇଟ୍‌ଲଡ ସିନେମା ସାଇନ୍‌ କରିଛନ୍ତି ।

ପୁଣି ଶୁଣିବାକୁ ମିଳୁଛି ଯେ, ଏଥିରେ ସଂଯୋଜିତ ଏକ ଆଇଟମ ନମ୍ବରରେ ସେ ନାଚିବାକୁ ରାଜି ହୋଇଛନ୍ତି । କେବଳ ସେତିକି ନୁହେଁ, ଏଥିପାଇଁ ଦିଶା ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି । ଏକଥା ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିବା ପରେ ଦିଶା ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି । ଏହି ବିଷୟରେ ସଫେଇ ଦେଇ ସେ କହଛନ୍ତି, ମୁଁ ମୋ ପାରିଶ୍ରମିକ ବଢ଼ାଇ ଦେଇଛି ବୋଲି ଯାହା ଶୁଣାଯାଉଛି ତାହା ସମ୍ପୂର୍ଣ୍ଣ ମିଛ । ମୋତେ କେହି ବଦନାମ୍‌ କରିବାକୁ ଏପରି ଅପପ୍ରଚାର ଚଳାଇଛି । ତାକୁ ନେଇ ଯେଉଁ ଆଲୋଚନା ହେଉଛି ତାହାର ମଧ୍ୟ କୌଣସି ମୂଲ୍ୟ ନାହିଁ । ନିକଟରେ ମୁଁ ଯେଉଁ ଫିଲ୍ମ ସାଇନ୍‌ କରିଛି ସେଥିରେ ଏକ ଆଇଟମ୍‌ ନମ୍ବର ଅଛି ଏବଂ ମୋତେ ସେହି ଗୀତରେ ନାଚିବାକୁ ଅଫର ଦିଆଯାଇଛି । କିନ୍ତୁ ସେ ନେଇ ମୁଁ କୌଣସି ଶେଷ ନିଷ୍ପତ୍ତି ନେଇନାହିଁ । ଏଥିପାଇଁ ମୁଁ ପ୍ରଯୋଜକଙ୍କ ନିକଟରୁ ସମୟ ନେଇଛି । ତା’ ଭିତରେ ଯାହା କିଛି ଫାଇନାଲ ହେବ । ତେବେ ଏପରି କଥା ସତ କି ମିଛି ତାହା କେବଳ ଦିଶାଙ୍କୁ ହିଁ ଜଣା ।

Get real time updates directly on you device, subscribe now.