fbpx

ଆଜିଠୁ ୧୭ ଯାଏଁ ହାଇକୋର୍ଟ ସଟ୍‌ଡାଉନ୍, ସମସ୍ତ ମାମଲାର ଶୁଣାଣି ସ୍ଥଗିତ

କଟକ (ଭାସ୍କର ନ୍ୟୁଜ୍‌): ହାଇକୋର୍ଟର ଅଧିକାଂଶ କର୍ମଚାରୀଙ୍କ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍‌ ଷ୍ଟାଫ୍‌  କରୋନାରେ ଆକ୍ରାନ୍ତ ହେବା କାରଣରୁ ଗୁରୁବାରଠାରୁ ଆସନ୍ତା ୧୭ ତାରିଖ ଯାଏ ହାଇକୋର୍ଟ ସମେତ ଏହାର କାର୍ଯ୍ୟାଳୟକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ହାଇକୋର୍ଟ ପରିସରରେ କ୍ରମାଗତ ଭାବେ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏପରି ନିଷ୍ପତି ନିଆଯାଇଛି। ଆସନ୍ତା ଜାନୁୟାରୀ ୧୮ ତାରିଖରେ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ରେଜଷ୍ଟ୍ରାର୍‌ (ଜୁଡିସିଆଲ୍‌) ଏସ୍‌.କେ. ମିଶ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ୧୩ ତାରିଖରୁ ୧୭ ତାରିଖଯାଏ ତାଲିକାଭୁକ୍ତ ସମସ୍ତ ମାମଲାର ଶୁଣାଣିକୁ ବନ୍ଦ ରଖାଯାଇଛି । ତେବେ ଜାନୁୟାରୀ ୧୮ ତାରିଖରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ହାଇକୋର୍ଟଙ୍କ ଦୁଇଟି ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଓ ୭ ଜଣ ଜଣିକିଆ ବିଚାରପତିଙ୍କ ଇଜିଲାସରେ କେବଳ ଅତି ଜରୁରୀ ମାମଲାର ଶୁଣାଣି ହେବା ତେବେ ସଟ୍‌ଡାଉନ୍‌ ଅବଧି ମଧ୍ୟରେ ତାଲିକାଭୁକ୍ତ ମାମଲା ଗୁଡିକ ଫେବୃୟାରୀ ୭ ତାରିଖରୁ ଶୁଣାଣି ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସେହିପରି ୧୩ ତାରିଖରେ ହେବାକୁ ଥିବା ଫୁଲ୍‌ କୋର୍ଟ ରେଫରେନ୍‌ସ୍‌ ଜାନୁୟାରୀ ୧୮ ତାରିଖରେ ହେବ ବୋଲି ଦର୍ଶାଯାଇଛିା

Get real time updates directly on you device, subscribe now.