fbpx

ଟ୍ରେନରେ ବିନା କାରଣରେ Alarm Chain ବ୍ୟବହାର କରିବା ଦ୍ୱାରା ପଡ଼ିପାରନ୍ତି ବଡ଼ ସମସ୍ୟାରେ, ଜାଣନ୍ତୁ କଣ

ନୂଆଦିଲ୍ଲୀ : ଆପଣ ମାନେ ଟ୍ରେନରେ କେବେ ନା କେବେ ନିଶ୍ଚୟ ଯାତ୍ରା କରିଥିବେ । ଏହାକୁ ଭାରତର ଲାଇଫ୍ ଲାଇନ୍ ବୋଲି ମଧ୍ୟ କୁହାଯାଇଥାଏ । ତେଣୁ ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କିଛି ଜରୁରୀ ନିୟମ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ ନଚେତ୍ ଆପଣ ବଡ଼ରୁ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ତେବେ ଟ୍ରେନରେ ଥିବା ଆଲ୍ରାମ୍ ଚେନ୍ କୁ ଭିଡ଼ିବା ବହୁତ ବଡ଼ ଅପରାଧ ବୋଲି ଧରାଯାଇଥାଏ । ଏହାକୁ କେବଳ ଏମର୍ଜେନ୍ସି କେସ୍ ରେ ବ୍ୟବହାର କରାଯାଇଥାଏ । ହେଲେ ବିନା କାରଣରେ ଏହାକୁ ବ୍ୟବହାର କଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି

ଏପରି କଲେ ଆପଣଙ୍କୁ ମୋଟାଅଙ୍କର ଜୋରିମାନା ଲାଗିପାରେ । ଖାଲି ସେତିକି ନୁହେଁ ଜେଲ୍ ସଜ୍ଜା ମଧ୍ୟ କାଟିପାରନ୍ତି ଏବଂ ଭବିଷ୍ୟତରେ ସରକାରୀ ଚାକିରୀ ମଧ୍ୟ ନ ମିଳିପାରେ । ରେଳବାଇର ରୁଲ୍ ବୁକ୍ ଅନୁସାରେ, ଯଦି କୌଣସି ଯାତ୍ରୀ ଯାତ୍ରା କରିବା ସମୟରେ ବିନା କୌଣସି ଏମର୍ଜେନ୍ସିଂରେ ଆଲ୍ରାମ୍ ଚେନ୍ କୁ ବ୍ୟବହାର କରୁଛନ୍ତି ତାହେଲେ ତାକୁ ଏକ ଅପରାଧ ଭାବରେ ନିଆଯାଏ । ଅନେକ ସମୟରେ ଏପରି ହୁଏ ଯେ, ଲୋକମାନେ ଚେନ୍ କୁ ବିନା ଜଲଦି ଓହ୍ଲାଇବା ପାଇଁ ଚେନ୍ ଭିଡ଼ି ଦେଇଥାନ୍ତି । ଏହା ଫଳରେ ଟ୍ରେନ୍ ବିଳମ୍ବରେ ପହଞ୍ଚିଥାଏ । ଖାଲି ସେତିକି ନୁହେଁ ଆଉ କିଛି ବିନା ଟିକେଟରେ ଯାତ୍ରା କରୁଥିବାରୁ ଡରରେ ଚେନ୍ ପୁଲିଂ କରିଥାନ୍ତି । ଏପରି କରିବା ଦ୍ୱାରା ଆପଣଙ୍କୁ ୧୦୦୦ ଟଙ୍କା ଜୋରିମାନା ସହିତ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

ଚେନ୍ ପୁଲିଂ କରିବାର ଏହିସବୁ କାରଣକୁ ବୈଧ ବୋଲି ଧରାଯାଏ:

୧. ଟ୍ରେନରେ ନିଆଁ ଲାଗିଲେ ।

୨. କୌଣସି ବୃଦ୍ଧ କିମ୍ବା ବିକଳାଙ୍ଗ ବ୍ୟକ୍ତି ଟ୍ରେନରେ ଚଢ଼ି ନପାରିଲେ ।

୩. ଛୋଟ ଛୁଆ ଷ୍ଟେସନ୍ ରେ ରହିଗଲେ ।

୪. ଡକାୟତି କିମ୍ବା ଚୋରି ହେଲେ ।

୫. କୌଣସି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ।

Get real time updates directly on you device, subscribe now.