fbpx

ମକର ଦେଖିବାକୁ ଯାଇଥିଲେ ଦିବ୍ୟାଙ୍ଗ ନାବାଳିକା: ଦୁଷ୍କର୍ମ ପରେ ଜଙ୍ଗଲରେ ଫୋପାଡିଦେଲେ, ଅଭିଯୁକ୍ତ ଫେରାର, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ବାରିପଦା ଟାଉନଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୨୨ , କାଳିକା ପୁର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ୧୩ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ଘର ନିକଟରେ ମକର ପର୍ବ ପାଳନ ହେଉଥିବା ଦେଖିବାକୁ ଯାଇଥିଲେ , ଦୀର୍ଘ ସମୟ ପରେ ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିବା ପରେ ତାଙ୍କୁ ଜରାଳୀ ନଦୀ କୂଳରେ ଏକ ଜଙ୍ଗଲ ନିକଟରୁ ଉଦ୍ଧାର କରିଥିଲେ । ଝିଅ ସହ ଦୁଷ୍କର୍ମ ହୋଇଥିବା ଜାଣିବା ସହ ଅଭିଯୁକ୍ତ ବିଷୟରେ ମଧ୍ୟ ଦିବ୍ୟାଙ୍ଗ ଯୁବତୀ ଘର ଲୋକଙ୍କୁ ସୂଚନା ଦେଇଥିଲେ ।

ଏନେଇ ଗତକାଲି ରାତିରେ ବାରିପଦା ଟାଉନଥାନାରେ ଦିବ୍ୟାଙ୍ଗ ନାବାଳିକାର ବାପା ଅଭିଯୋଗ କରିବା ପରେ ,ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ଟାଉନ ପୋଲିସ ଥାନାରେ କେଶ୍ ନମ୍ବର ୩୫/୧୪.୦୧.୨୨ ଧାରା ଟ/ଝ ୩୭୬ (୩) , sec-6 pocso act ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଜାରୀ ରଖିଛି ।

Get real time updates directly on you device, subscribe now.