fbpx

କାନାଡାରୁ ଆସିଥିବା ଏକ ଚିଠିରୁ ଦେଶରେ ବ୍ୟାପିଲା ଓମିକ୍ରନ, ରିପୋର୍ଟରେ ହେଲା ଏପରି ଦାବି

ବେଜିଂ: କରୋନା ମାମଲା ପୁଣିରେ ବିଶ୍ୱ ବ୍ୟାପୀ ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଚିନ୍ତାଜନକ ଭାବରେ ବଢ଼ିଚାଲିଛି । ଏହା ଭିତରେ ଚୀନରେ ମଧ୍ୟ ସମାନ ପରିସ୍ଥିତି । ତେବେ ଏଠାରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ରାଜଧାନୀ ବେଜିଂରେ କାନାଡାରୁ ଓମିକ୍ରନ ବ୍ୟାପିଛି । ସ୍ଥାନୀୟ ମିଡିଆ ପକ୍ଷରୁ ମିଳିଥିବା ଖବର ମୁତାବକ, କାନାଡାରୁ ଆସିଥିବା ଏକ ଇନ୍ଫେକ୍ଟଡ୍ ମେଲରୁ ବେଜିଂରେ କରୋନାର ଭାରିଆଣ୍ଟ୍ ଓମିକ୍ରନ ବ୍ୟାପିଛି ।

ସୂଚନା ଯେ, ଜାନୁଆରୀ ୧୫ ତାରିଖରେ ବେଜିଂରୁ ଓମିକ୍ରନର ସ୍ଥାନୀୟ ଓ ପ୍ରଥମ ମାମଲା ସାମନା କୁ ଆସିଥିଲା । ସେହିଦିନ ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା । ପ୍ରଥମ କେସ୍ ଚିହ୍ନଟ ପରେ ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କ ଘର ଓ ଅଫିସ୍ କୁ ସିଲ୍ କରିଦେଇଥିଲେ । ୱିଓନ୍ ରେ ପ୍ରକାଶ ପାଇଥିବା ଏକ ଖବର ଅନୁସାରେ, ବେଜିଂ ସେଣ୍ଟର୍ ଫର୍ ଡିଜିଜ୍ ଆଣ୍ଡ୍ କଣ୍ଟ୍ରୋଲର ଉପ-ନିର୍ଦ୍ଦେଶକ ପାଙ୍ଗ ଜିଙ୍ଗହୁଆ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଜାନୁଆରୀ ୫ ତାରିଖରେ ଏକ ଚିଠି ଆସିଥିଲା ।

ତେଣୁ ଏହି ଆଧାରରେ ଯାଞ୍ଚ ଆରମ୍ଭ କରାଯାଇଥିଲା । ତେଣୁ ଆଶଙ୍କା କରାଯାଉଛି ଯେ, ଉକ୍ତ ଲେଟର୍ ରୁ ହିଁ ସଂକ୍ରମଣ ବ୍ୟାପିଥାଇପାରେ । କିଛି ଚୀନୀ ମିଡିଆ ଚ୍ୟାନେଲରେ ଏହା ପ୍ରକାଶ ପାଇଛି ଯେ, କାନାଡାରୁ ଆସିଥିବା ଉକ୍ତ ଚିଠିରୁ ହିଁ ବ୍ୟକ୍ତି ଜଣକ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପାଙ୍ଗ କହିଛନ୍ତି ଯେ, ଉକ୍ତ ଚିଠି ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି ।

Get real time updates directly on you device, subscribe now.