ଭୁବନେଶ୍ୱର: ରାଜଧାନୀରେ ଅମାନବୀୟ କାଣ୍ଡ । କୁକୁରକୁ ଗୁଳି ମାରି ହତ୍ୟା । ଭୁବନେଶ୍ୱର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଘଟିଛି ଏଭଳି ଅମାନବୀୟ ଦୃଶ୍ୟ । ମିଳିଥିବା ସୂଚନା ଅନୁସାରେ ଜାଗମରା ଅଞ୍ଚଳର ଜଣେ ଯୁବକ ନିଜ ଘରେ ୧୪ଟି କୁକୁଡା ପାଳିଥିଲେ । ଆଜି ସକାଳୁ ଦୁଇଟି କୁକୁର ସବୁ କୁକୁଡାକୁ ମାରିଦେଥିଲେ । ଯାହାକୁ ନେଇ କୁକୁଡା ମାଲିକ ରାଗି ଯାଇଥିଲେ । ଆଉ ନିକଟରେ ରଖିଥିବା ଏକ ବନ୍ଧୁକ ଯୋଗେ ଦୁଇ କୁକୁରକୁ ଗୁଳି ମାରିଥିଲେ । ଫଳରେ ଘଟଣାରେ ସ୍ଥଳରେ ହିଁ ଗୋଟିଏ କୁକୁର ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ କୁକୁର ଗୁରୁତର ଆହତ ହୋଇଥିଲା ।
ଖବର ପାଇ ଘଟଣା ସ୍ଥଳରେ ସେବା ହିଁ ସଂକଳ୍ପ ଅନୁଷ୍ଠାନ ପ୍ରତିନିଧି ମାନେ ପହଞ୍ଚି ଆହତ କୁକୁରୁକୁ ଉଦ୍ଧାର କରିଥିଲେ, ଏବଂ ପରେ ସଂପୂକ୍ତ ଯୁବକଙ୍କ ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ସେପଟେ ପୋଲିସ ଅଭିଯୋଗ ଅଧାରରେ ତଦନ୍ତ ଆରମ୍ଭ କରିଛି । ସେପଟେ ବ୍ୟକ୍ତି ଜଣକ କେଉଁ ଆଧାରରେ ବନ୍ଧୁକ ରଖିଥିଲେ ଏବଂ କେଉଁ ବନ୍ଧୁକ ରଖିଥିଲେ ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ଦେଖନ୍ତୁ ଭିଡିଓ…