କୋର୍ଟରେ ଢିଙ୍କିଆ ମାମଲା: ଷ୍ଟାଟସ୍ ରିପୋର୍ଟ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ, ୨୭ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢିଙ୍କିଆରେ ପୋଲିସର ଅମାନବୀୟ ନିର୍ଯାତନା କାରଣରୁ କୋର୍ଟରେ ଦୁଇଟି ମାମଲା ଦାୟର କରାଯାଇଥିଲା । ଗୋଟିଏ ମାମଲାର ଶୁଣାଣିଚ କରିବା ସହିତ କୋର୍ଟ ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଏହା ସହିତ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଢିଙ୍କିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଉଣ୍ଡ ଜିରୋରେ କଣ ଘଟୁଛି ଏହାର ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ ସୁଦ୍ଧା ଗୃହ ବିଭାଗର ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।