fbpx

୨ ଲକ୍ଷ ପୂର୍ବରୁ ବି ପୃଥିବୀରେ ଥିଲେ ମଣିଷ: ଏହି ରାଷ୍ଟ୍ରରୁ ମିଳିଲା ଜୀବାଶ୍ମ, କେମ୍ବ୍ରିଜ ବୈଜ୍ଞାନିକ କରିବେ ଅଧ୍ୟୟନ

ନୂଆଦିଲ୍ଲୀ: ପୃଥିବୀ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଜିନିଷରେ ଭର୍ତ୍ତି । ବୁଧବାର ଖନନ ସମୟରେ ମିଳିଛି ଏକ ୨.୩ ଲକ୍ଷ ବର୍ଷ ପୁରୁଣା ମାନବ ଜୀବାଶ୍ମ । ଇଥିଓପିଆରୁ ଏହି ମାନବ ଜୀବାଶ୍ମ ମିଳିଥିବା ବେଳେ ଏହା ଉପରେ ଅଧିକ ଅଧ୍ୟୟନ ଜାରି ରଖିଛନ୍ତି କେମ୍ବ୍ରିଜ ଗବେଷକ । ଜୀବାଶ୍ମ ମିଳିଥିବା ସ୍ଥାନଟିରେ ଅଧିକ ପରିମାଣରେ ଆଗ୍ନେୟ ଉଦଗୀରଣ ମଧ୍ୟ ହୋଇଥାଏ । ଏହା ସହିତ ଆଗ୍ନେୟ ଉଦଗୀରଣ କାରଣରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପୂର୍ବରୁ ଇସ୍ରାଏଲରୁ ଏକ ଜୀବାଶ୍ମ ଉଦ୍ଧାର କରାଯାଇଥିଲା ଯାହା ବ ଲକ୍ଷ ବର୍ଷ ପୁରୁଣା ବୋଲି ଜଣାପଡିଥିଲା ।

ମିଳିଥିବା ଜୀବାଶ୍ମରେ ନିନର୍ଡଥାଲ ପ୍ରଜାତିର ମଣିଷଙ୍କ ପରି ଲାଙ୍ଗୁଳ ମଧ୍ୟ ରହିଛି । ଏହା ସହିତ ମିଳିଥିବା ଜୀବାଶ୍ମରେ ପ୍ରଥମ ମାନବ ପ୍ରଜାତି ହୋମୋସାପିଏନ୍ସର ଗୁଣ ମଧ୍ୟ ରହିଥିବା ଜଣା ପଡିଛି । ପ୍ରଥମରୁ ନିନର୍ଡଥାଲ ପ୍ରଜାତି ରହିଥିବା ବେଳେ ଏହାର ଢେର ବିକଶିତ ପ୍ରଜାତି ହୋଉଛି ହୋମୋ ସାପିଏନ୍ସ । ତେବେ ଉଭୟ ଲକ୍ଷଣ ଥିବା ଜୀବାଶ୍ମ ପ୍ରଥମ ଥର ପାଇଁ ବୈଜ୍ଞାନିକଙ୍କ ହାତରେ ପଡିଛି । ଏହି ଜୀବାଶ୍ମ ଦ୍ୱାରା ବିଜ୍ଞାନ ଏବଂ ମାନବ ଅଭ୍ୟୁଦୟର ଏକାଧିକ ଅସମାହିତ ପ୍ରଶ୍ନର ଉତ୍ତର ମିଳିଯିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.