fbpx

କୋଟିଆ ନିର୍ବାଚନ: ସବୁ ଦଳ ସହମତିରେ ହେବେ ପ୍ରାର୍ଥୀ ଚୟନ

କୋଟିଆରେ ନିର୍ବାଚନ ପ୍ରସଙ୍ଗରେ । ସରିଲା କୋରାପୁଟରେ ଚାଲିଥିବା ସର୍ବଦଳୀୟ ବୈଠକ । କୋଟିଆରେ ନିର୍ବାଚନ ନୁହେଁ ସହମତିରେ ବଛାହେବେ ପ୍ରତିନିଧି । ସମସ୍ତଙ୍କ ସହମତିରେ ନିନ୍ଦ୍ୱର୍ନ୍ଦରେ ହେବେ ପ୍ରାର୍ଥୀ । କୋଟିଆ ପାଇଁ ପ୍ରାର୍ଥୀ ଚୟନ କରିବେ ସର୍ବଦଳୀୟ ନେତା । କୋଟିଆରେ ମହିଳା ହେବେ ଜିଲ୍ଲା ପରିଷଦ ପ୍ରାର୍ଥୀ । ପ୍ରାର୍ଥୀ ଜଣକର କୌଣସି ଦଳ ସହ ସମ୍ପର୍କ ନଥିବ । ଯାହାବି ନିଷ୍ପତ୍ତି ହେବ ସର୍ବଦଳୀୟ ନେତାଙ୍କ ସହମତିରେ ହେବ । ବୈଠକ ପରେ ସର୍ବଦଳୀୟ ନେତାଙ୍କ ସୂଚନା ।

ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ବଛାହେବେ । ଯେଉଁ ପ୍ରାର୍ଥୀଙ୍କୁ ସର୍ବସମ୍ମତିରେ ବଛାଯିବ, ସେ ଦଳରୁ ଇସ୍ତଫା ଦେବେ । ବୈଠକରେ ବିଧାୟକ ପିତମ ପାଢ଼ୀ, ରଘୁରାମ ପଡ଼ାଉ ଉପସ୍ଥିତ । ବିଜେପି ନେତା ଜୟରାମ ପାଙ୍ଗି, ବଜେଡି ନେତା ଇଶ୍ୱର ପାଣିଗ୍ରାହୀ ସାମିଲ । ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ମଧ୍ୟ ଉପସ୍ଥିତ । ପୂର୍ବତନ ବିଧାୟକ ରାମ କାଡାମ, ପ୍ରଫୁଲ୍ଲ ପାଙ୍ଗି ପ୍ରମୁଖ ଉପସ୍ଥିତ ।

Get real time updates directly on you device, subscribe now.