fbpx

ଦୁଇ ବର୍ଷ ପରେ ଭାରତକୁ ଫେରିବ IPL: ଏହି ତାରିଖରେ ଆରମ୍ଭ ନେଇ ବିସିସିଆଇ ଆଶାବାଦୀ

ନୂଆଦିଲ୍ଳୀ: ଭାରତକୁ ଫେରିବ ଆଇପିଏଲର ଆସନ୍ତା ସଂସ୍କରଣ । ଆସନ୍ତା ମାର୍ଚ୍ଚ ମାସରେ ଟି-୨୦ କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହା ସହିତ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ ଭାରତକୁ ଫେରିବାକୁ ଯାଉଛି । ବିଗତ ଦୁଇ ବର୍ଷ ହେଲାଣି ଏହା ୟୁଏଇ ଓ ଶାରଜାରେ ଆୟୋଜିତ ହେଉଛି । ଚଳିତ ପଞ୍ଚଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବା ନେଇ ବିସିସିଆଇ ଆଶ ପ୍ରକାଶ କରିଛି । ବିଭିନ୍ନ ଫ୍ରାଞ୍ଚାଇଜି ସହିତ ବୈଠକ ପରେ ମାର୍ଚ୍ଚ ମାସରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଜଣାପଡିଛି ।

ଶନିବାର ବିଭିନ୍ନ ଫ୍ରାଞ୍ଚାଇଜି ମାଲିକଙ୍କ ସହିତ ବିସିସିଆଇର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତରେ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିବା ବେଳେ ବିକଳ୍ପ ଭେନ୍ୟୁ ଭାବରେ ୟୁଏଇକୁ ରଖାଯାଇଛି । ଭାରତରେ ୪ଟି ଷ୍ଟାଡିୟମକୁ ଭେନ୍ୟୁ ଭାବରେ ଚୟନ କରାଯାଇଛି । ୱାଙ୍ଖେଡେ, ବ୍ରାବୋର୍ଣ୍ଣ, ଡି ୱାଇ ପାଟିଲ ଏବଂ ଏମସିଏ ଷ୍ଟାଡିୟମକୁ ଭେନ୍ୟୁ ଭାବରେ ଚୟନ କରିଛି ବିସିସିଆଇ । ଉଲ୍ଲେଖଯୋଗ୍ୟ ଯେ, ବିଗତ ସଂସ୍କରଣ ଭାରତରେ ଆରମ୍ଭ ହୋଇଥିଲା ତେବେ କରୋନାର ଦ୍ୱିତୀୟ ଲହର କାରଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.