fbpx

ଭାଙ୍ଗିଲା ଧାୱନଙ୍କ ୧୮ ବର୍ଷ ତଳର ରେକର୍ଡ: U-19 ବିଶ୍ୱକପରେ ଇତିହାସ ରଚିଲେ ରାଜ୍

ନୂଆଦିଲ୍ଲୀ: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ କୀର୍ତ୍ତିମାନ ରଚିଛନ୍ତି । ଉଗାଣ୍ଡା ବିପକ୍ଷ ମ୍ୟାଚରେ ସେ ଅପରାଜିତ ୧୬୨ ରନ୍ ସଂଗ୍ରହ କରି ଗବର ଶିଖର ଧାୱନଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ୧୮ ବର୍ଷ ପୂର୍ବରୁ ୨୦୦୪ ଅଣ୍ଡର-୧୯ ବିଶ୍ୱକପରେ ଢାକାରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଶିଖର ଅପରାଜିତ ୧୫୫ ରନ୍ ସଂଗ୍ରହ କରିଥିଲେ । ଅଣ୍ଡର-୧୯ ୱାର୍ଲ୍ଡ କପ୍ ଇତିହାସରେ ଶ୍ରୀଲଙ୍କାର ଏଚ. ବୋୟାଗୋଡା ୧୯୧ ରନ ସହ ଏହି ତାଲିକାରେ ଟପ୍ ଲିଷ୍ଟର ରହିଛନ୍ତି । ତେବେ ଜଣେ ଭାରତୀୟ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ ରେକର୍ଡ ଅତିକ୍ରମ କରିବା ନିଶ୍ଚିତ ଭାବେ ଏକ ସୌଭାଗ୍ୟର କଥା ବୋଲି କ୍ରୀଡ଼ାପ୍ରେମୀ ଚର୍ଚ୍ଚା କରୁଛନ୍ତି ।

ଉଗାଣ୍ଡା ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୪୦୫ର ବିଶାଳ ପାହାଡ଼ ଛିଡ଼ା କରିଥିଲା । ଏହାର ଜବାବରେ ଉଗାଣ୍ଡା ମାତ୍ର ୧୯.୪ ଓଭରରେ ମାତ୍ର ୭୯ ରନ୍ ସଂଗ୍ରହ କରି ହାତ ଟେକିଦେଇଥିଲା । ଭାରତ ପକ୍ଷରୁ ଓପନର ଅଙ୍ଗକ୍ରିଶ ରଘୁବଂଶୀ ମଧ୍ୟ ୧୪୪ ରନର ପାଳି ଖେଳି ଆଉଟ୍ ହୋଇଯାଇଥିଲେ । ଚଳିତ ବିଶ୍ୱକକପରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ସାରିଛି । ଭାରତ ଇରିଲ୍ୟାଣ୍ଡକୁ ୧୭୪ ରନରେ ଓ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରି ବିଶ୍ୱକପରେ ମଜବୁତ ସ୍ଥିତିରେ ରହିଛି ।

Get real time updates directly on you device, subscribe now.