fbpx

ପଞ୍ଚାୟତ ଇଲେକ୍ସନ ୨୦୨୨: ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ୮ ହଜାର ୬୪୮ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏହା ମଧ୍ୟରୁ ୫୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀ, ୧୭୫୩ ସରପଞ୍ଚ ପ୍ରାର୍ଥୀ, ୧୧୧୯ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୨୩୨ ଜିଲ୍ଲା ପରିଷଦଙ୍କ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।

ସେହିଭଳି ଯାଞ୍ଚ ପରେ ମୋଟ୍ ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ । ସେମାନଙ୍କୁ ମଧ୍ୟରୁ ୧,୫୬,୭୫୩ ୱାର୍ଡ ମେମ୍ବର, ୩୨,୮୬୦ ସରପଞ୍ଚ ପ୍ରାର୍ଥୀ, ୨୭,୦୩୪ ପଞ୍ଚାୟତ ସମିତି ସଦସ୍ୟ ଏବଂ ୩୭୬୭ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଜାନୁଆରୀ ୨୧ରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଥିଲା । ତେବେ ଆସନ୍ତା ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି ଏହା ସହ ଚୂଡ଼ାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇବ ।

Get real time updates directly on you device, subscribe now.