fbpx

ନାବାଳିକା ଅପହରଣକୁ ବିତିଲା ୨୦ ଦିନ: ନାହିରେ ତେଲ ଦେଇ ଶୋଇଛି ନିମାପଡା ପୋଲିସ, ଦେଖନ୍ତୁ Video

ନିମାପଡା(ଓଡ଼ିଶା ଭାସ୍କର): ନାବାଳିକା ଅପହରଣ ହୋଇଛି । ଅପହରଣକୁ ବିତି ଗଲାଣି ୨୦ ଦିନ ହେଲେ ନା ଝିଅର ପତା ମିଳୁଛି ନା ଅପହର୍ତ୍ତାଙ୍କ ପତା ମିଳୁଛି । ଝିଅଟିର ବୟସ ମାତ୍ର ୧୩ ବର୍ଷ । ରାଜା ନାମକ ଜଣେ ପିଲା ୩ଟି ବାଇକରେ ଆସି ଝିଅକୁ ଉଠାଇ ନେଇଥିବା ନେଇ ଝିଅର ମାତା ପିତା ଅଭିଯୋଗ କରିଛନ୍ତି ।

ହଂସପଦା ମଝି ସାହିର ପ୍ରଭାତ ଭୋଇ(ରାଜା) ଏବଂ ଅନ୍ୟ କିଛି ଲୋକ ବାଇକ ଯୋଗେ ଆସି ନାବାଳିକଙ୍କୁ ଅପହରଣ କରି ନେଇଥିଲେ । ତେବେ ପୋଲିସ ଅପହର୍ତ୍ତା ଗାଡି ନମ୍ବର ମଧ୍ୟ ମାଗି ନଥିବାରୁ ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାମଲାକୁ ୩ ସପ୍ତାହ ବିତି ଯାଇଛି । ପୋଲିସ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ବାପା ମା’ । ତଥାପି ବି କାର୍ଯ୍ୟାନୁଷ୍ଠାନ ଶୂନ । ଝିଅର ସୁରକ୍ଷା ନେଇ ଚିନ୍ତିତ ମାତା ପିତା ରାତିରେ ଶୋଇ ପାରୁନଥିବା ବେଳେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.