fbpx

ବାପା ସାଜିଲା ରାକ୍ଷସ: ଅଧିକ ସମୟ ଫୋନ୍ ଧରୁଥିବାରୁ ନିଜ ନାବାଳିକା ଝିଅକୁ ବାରମ୍ବାର କରୁଥିଲା ଦୁଷ୍କର୍ମ

ବିଶାଖାପଟନମ୍: ବାପା ସାଜିଲା ବଇରୀ । ନିଜ ନାବାଳିକା ଝିଅକୁ ଗୋଟିଏ ଦୁଇ ଥର ନୁହେଁ ବାରମ୍ବାର କରୁଥିଲା ଦୁଷ୍କର୍ମ । ଘରେ କେହି ନଥିବା ସୁଯୋଗରେ ଅଭିଯୁକ୍ତ ବାପା ନିଜର ୧୫ ବର୍ଷୀୟା ଝିଅକୁ ବାରମ୍ବାର ଯୌନ ଶୋଷଣ କରି ଆସୁଥିଲା । ଏବେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ସାମନାକୁ ଆସିବା ପରେ ପୋଲିସ୍ ୪୨ ବର୍ଷିୟ ଅଭିଯୁକ୍ତ ବାପାଙ୍କ ଗିରଫ କରିଛି କୋର୍ଟ ଚାଲାଣ କରିଛି ।

ପୋଲିସ୍ ଦେଇଥିବା ସୂଚନା ମୁତାବକ, ନାବାଳିକା ଝିଅ ଅଧିକାଂଶ ସମୟ ଫୋନ୍ ଚଳାଉଥିଲା । ତେଣୁ ଅଭିଯୁକ୍ତ ବାପା ତା ଉପରେ ଖୁବ୍ ରାଗୁଥିଲେ । ଆଉ ଏହି ରାଗରେ ଆସି ବାରମ୍ବାର ନିଜ ଝିଅ ସହିତ ଦୁଷ୍କର୍ମ କରିଥିଲେ । ଲଗାତର ଦୁଷ୍କର୍ମର ଶିକାର ହେବାରୁ ନାବାଳିକା ଜଣକ ଅନେକ ସମୟରେ ଚିନ୍ତାଗ୍ରସ୍ତ ହୋଇରହୁଥିଲେ । ଏହିପରି ବାରମ୍ବାର ଅତ୍ୟାଚାର ସହିନପାରୀ ପୀଡ଼ିତା ନିଜ ସ୍କୁଲ ଶିକ୍ଷକଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ । ଏହାପରେ ପୀଡ଼ିତାଙ୍କ ସ୍କୁଲ ଶିକ୍ଷକ ଅଭିଯୁକ୍ତ ବାପାକୁ ଡ଼କାଇ ଏ ବିଷୟରେ କଥା ହୋଇଥିଲେ । ଶିକ୍ଷକଙ୍କ ସାମନାରେ ଅଭିଯୁକ୍ତ ବାପା ନିଜ ଭୁଲକୁ ସ୍ୱୀକାର କରିଥିଲା ଓ ଶନିବାର ଦିନ ପୋଲିସ୍ ପାଖରେ ମାମଲା ରୁଜୁ ହୋଇଥିଲା ।

ମାମଲା ରୁଜୁ କରି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ଓ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତେବେ ଯାଞ୍ଚରୁ ଜଣାପଡ଼ିଛି ଯେ, ଅଭିଯୁକ୍ତଙ୍କର ଦୁଇବର୍ଷ ହେବ କିଡନୀ ଫେଲ୍ୟୁଅର୍ ହୋଇଯାଇଛି ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ଏକ କିଡନୀ ଦାନ କରିଛନ୍ତି । ଏହାପରେ ୫ ମାସ ହେବ ଅଭିଯୁକ୍ତ ପତ୍ନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ନିଜ ବାପ ଘରେ ରହୁଛନ୍ତି ଓ ଚିକିତ୍ସା ହେଉଛନ୍ତି ।

ଏପଟେ ଝିଅକୁ ବାପାଙ୍କ ଦାୟିତ୍ୱରେ ଛାଡ଼ିଦିଆଯାଇଛି । ଆଉ ଏହି ସମୟ ବ୍ୟବଧାନରେ ଝିଅ ଅଧିକାଂଶ ସମୟ ମୋବାଇଲ୍ ଫୋନ୍ ସହିତ ବିତାଉଥିବାରୁ ଅଭିଯୁକ୍ତ ବାପା ରାଗରେ ଆସି ବାରମ୍ବାର ଝିଅ ସହିତ ଯୌନ ଶୋଷଣ କରୁଆସୁଛନ୍ତି । ପୋଲିସ୍ ଏନେଇ ସୂଚନା ଦେଇଛି ।

Get real time updates directly on you device, subscribe now.