fbpx

ଦେଶରେ ୨ ଲକ୍ଷ ୮୫ ହଜାର ୯୧୪ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୬୫ ମୃତ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୫ ହଜାର ୯୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୬.୧୬% ରହିଛି । ସେହିପରି ୨୪ ଘଣ୍ଟାରେ ୬୬୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୧ ହଜାର ୧୨୭କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୭୩ ଲକ୍ଷ ୭୦ ହଜାର ୯୭୧ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୨ ଲକ୍ଷ ୯୯ ହଜାର ୭୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୧୬୩ କୋଟି ୫୮ ଲକ୍ଷ ୪୪ ହଜାର ୫୩୬ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.