fbpx

ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଦିଲ୍ଳୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଦିଲ୍ଳୀ ହାଇକୋର୍ଟ । ଏହା ସହିତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ଯୌନ ଦୁଷ୍କର୍ମ ବର୍ଗରେ ସାମିଲ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ନିଜ ନିଜର ରାଗ ଏବଂ ଇର୍ଷାକୁ ପ୍ରତିଫଳିତ କରିବା ପାଇଁ ଏଭଳି ମାମଲା କରିବା ମଧ୍ୟ ଭୁଲ ବୋଲି କୋର୍ଟ କହିଛନ୍ତି । ମଙ୍ଗଳବାର କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ହୃଦୟ ନାମକ ଏକ ଏନଜିଓର ବୈବାହିକ ଦୁଷ୍କର୍ମର୍ ପିଟିସନ ଉପରେ ବିଚାର କରି କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଘରୋଇ ହିଂସା ଆଇନର ଧାରା ୩ ଅନୁଯାୟୀ ମହିଳାଙ୍କ ସମ୍ମାନ ହାନି କରୁଥିବା ଯେ କୌଣସି ପ୍ରକାରର ଯୌନ ସମ୍ପର୍କକୁ ଦୁଷ୍କର୍ମ ଭାବରେ ସାମିଲ କରିବା ପାଇଁ ଆବେଦନ କରାଯାଇଥିଲା ।

ହୃଦୟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆର କେ କପୁର କହିଛନ୍ତି ବିବାହକୁ ଦୃଢ କରିବା ମ୍ୟାରିଟାଲ ରେପ ଆଇନର ପ୍ରଥମ ଲକ୍ଷ୍ୟ । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଯୌନ ସମ୍ପର୍କକୁ ବୈବାହିକ ଦୁଷ୍କର୍ମ ବଦଳରେ ଯୌନ ଶୋଷଣ କହିବା ଉଚିତ ହେବ । ଯୌନ ଶୋଷଣ ପାଇଁ ଘରୋଇ ହିଂସା ଆଇନ ଏବଂ ଆଇପିସିର ଧାରା ୩୭୬ ରହିଛି । ତେବେ କିଛି ମହିଳା ନିଜର ରାଗ ଶାନ୍ତ କରିବା ପାଇଁ କେତେ ବର୍ଷ ଦଣ୍ଡାଦେଶ ହେବ ତାହା ଅପିଲ କରିବା ଗ୍ରହଣ ଯୋଗ୍ୟ ନୁହେଁ ।
ମ୍ୟାରିଟାଲ୍ ରେପ୍ କୁ ଏକ ଅପରାଧ ଭାବରେ ଗଣାଯିବା ଆବେଦନ ଉପରେ ନିଷ୍ପତ୍ତି ନେବାରେ କୋର୍ଟକୁ ସହାୟତା କରୁଥିବା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରାଯାଇଥିବା ବରିଷ୍ଠ ଅଧିବକ୍ତା ରାଜଶେଖର ରାଓ କହିଛନ୍ତି ଯେ, କିଏ ବି ଏହା କହୁନାହାନ୍ତି ଯେ ସ୍ୱାମୀର କୌଣସି ଅଧିକାର ନାହିଁ । ହେଲେ ପ୍ରଶ୍ନ ଏହା ଯେ, କଣ ତାଙ୍କର ଉକ୍ତ ପ୍ରାବଧାନ ଅଧୀନରେ ଆଇନର କଠୋରତାରୁ ବଞ୍ଚିବାର ଅଧିକାର ରହିଛି? କଣ ସେ ମାନୁଛନ୍ତି ଯେ, ଆଇନ ତାଙ୍କୁ ଏଥିରୁ ବର୍ତ୍ତିବା ପାଇଁ ଦେବ?

ତେବେ ଆଇପିସି ଧାରା ୩୭୫(ଦୁଷ୍କର୍ମ) ଅଧୀନରେ ନିୟମ ରହିଛି ଯେ, କୌଣସି ବ୍ୟକ୍ତି ଦ୍ୱାରା ତାର ପତ୍ନୀଙ୍କ ସହିତ ଶାରୀରିକ ସମ୍ବନ୍ଧକୁ ବଳାତ୍କାରର ଅପରାଧରୁ ମୁକ୍ତ କରିଥାଏ । କିନ୍ତୁ ଏପରି ମାମଲାରେ ପତ୍ନୀଙ୍କ ବୟସ ୧୫ ବର୍ଷରୁ ଅଧିକ ରହିଥିବା ଆବଶ୍ୟକ । ଜଷ୍ଟିସ୍ ରାଜୀବ ଶକଧର୍ ଓ ଜଷ୍ଟିସ୍ ସି ହରିଶଙ୍କରଙ୍କ ପୀଠ ସାମନାରେ ଦସ୍ତାବିଜ୍ ଦିଆଯାଇଛି ଯେ, ଯଦି ପ୍ରାବଧାନ ବା ବ୍ୟବସ୍ଥା ଏହା ସନ୍ଦେଶ ଦେଉଛି ତାହେଲେ କଣ ଏହା କୌଣସି ପତ୍ନୀଙ୍କ ଅସ୍ତିତ୍ୱ ଉପରେ ମୌଳିକ ହମଲା ନୁହେଁ?

Get real time updates directly on you device, subscribe now.