fbpx

ଗାଧୋଇବା ବେଳେ କରନ୍ତୁ ନାହିଁ ଏହି ୫ଟି ଭୁଲ୍, ଖରାପ ହୋଇଯିବ ସ୍କିନ୍

ବ୍ରଣର ସମସ୍ୟା କେବଳ ମୁହଁରେ ନୁହେଁ, ବରଂ କାନ୍ଧ, ପିଠି ବା ଶରୀରରେ ଯେ କୌଣସି ଅଙ୍ଗରେ ହୋଇପାରେ । ଏଥିରେ କୁଣ୍ଡେଇ ହେବା ସହ ଚର୍ମରେ ଉତ୍ତେଜନା ଭଳି ସମସ୍ୟା ଦେଖାଦେଇଥାଏ । ଗାଧୋଇବା ବେଳେ ଯଦି କିଛି ଜିନିଷର ଯତ୍ନ ନିଅନ୍ତି, ତେବେ ଶରୀରରେ ବ୍ରଣ ଓ ପିମ୍ପଲ ସମସ୍ୟାରୁ ରକ୍ଷା ପାଇପାରିବେ ।

ଗରମ ପାଣିରେ ଗାଧୋଇବାର ଅଭ୍ୟାସ
ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇଥାନ୍ତି । କିନ୍ତୁ ଅତ୍ୟଧିକ ଗରମ ପାଣିରେ ୠାଧୋଇବା ଠିକ୍ ନୁହେଁ । ଏହା ତ୍ୱଚାକୁ ଶୁଷ୍କ କରିବା ସହ ବ୍ରଣ ସମସ୍ୟା ସୃଷ୍ଟି କରିଥାଏ । ଯଦି ପ୍ରଥମରୁ ଚର୍ମରେ ବ୍ରଣର ସମସ୍ୟା ଅଛି, ତେବେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ ।

ସ୍କିନ୍ କେୟାର ପ୍ରଡକ୍ଟର ପ୍ରଭାବ
ଗାଧୋଇବା ସମୟରେ ସାବୁନ୍ ବଦଳରେ ସାମ୍ପୁ କିମ୍ବା ଅନ୍ୟ କୌଣସି ପ୍ରଡକ୍ଟର ବ୍ୟବହାର ଦ୍ୱାରା ବି ସ୍କିନରେ ବ୍ରଣ ସମସ୍ୟା ହୋଇପାରେ । ଏହା ଚର୍ମରେ ଘା ’ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଗାଧୋଇବା ସମୟରେ ଶରୀରକୁ ଅଧିକ ଘଷନ୍ତୁୁ ନାହିଁ । ଏହା ଚର୍ମକୁ କ୍ଷତି ପହଞ୍ଚାଇଥାଏ ଓ ତାହାକୁ ଶୁଷ୍କ କରିଥାଏ ।

ଏହି ଜିନିଷଗୁଡିକ ଲଗାଇବା ଦ୍ୱାରା ହୋଇଥାଏ ସମସ୍ୟା
ଯଦି ଆପଣ ଲେମ୍ବୁ, ଭିନେଗାର ଭଳି ଜିନିଷ ଲଗାଇବା ପରେ ତୁରନ୍ତ ଗାଧୋଇବାକୁ ଯାଉଛନ୍ତି, ତେବେ ଏହା ଚର୍ମରେ ଇରିଟେସନ ସୃଷ୍ଟି କରିପାରେ । ସେଥିପାଇଁ ଗାଧୋଇବା ସମୟରେ କୌଣସି ପ୍ରକାରର ବିଉଟି ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କ ସ୍କିନ୍ ଟାଇପ୍ ଅନୁସାରେ ବିଉଟି ପ୍ରଡକ୍ଟ ଚୟନ କରନ୍ତୁ ।

ବ୍ୟାୟାମ ପରେ ତୁରନ୍ତ ଗାଧୋଇବାର କ୍ଷତି
ବ୍ୟାୟାମ ପରେ ତୁରନ୍ତ ଗାଧୋଇବା ଦ୍ୱାରା ଏହି ସମସ୍ୟା ସୃଷ୍ଟି କରିପାରେ । ଝାଳ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଗାଧୋଇବା ଉଚିତ୍ । ଝାଳରେ ଗାଧୋଇବା ଦ୍ୱାରା ବ୍ରଣ ଓ ଅନ୍ୟ ସ୍କିନ୍ ସମସ୍ୟା ଦେଖାଦେଇଥାଏ ।

ଅସନା ତଉଲିଆ ବ୍ୟବହାର କରିବା
ଶରୀରକୁ ପୋଛିବା ପାଇଁ ଯଦି ଗୋଟିଏ ତଉଲିକାକୁ ବାରମ୍ବାର ବ୍ୟବହାର କରୁଛ ଓ ଏହାକୁ ନିୟମିତ ସଫା ନକରୁଛ, ତେବେ ଏହା ସ୍କିନ୍ ସହ ଜଡ଼ିତ ସମସ୍ୟା ଦେଖାଦେଇପାରେ । ମଇଳା ଟାୱେଲ ସ୍କିନ୍ ଆଲର୍ଜି ମଧ୍ୟ ସୃଷ୍ଟି କରିପାରେ । ଏହା ବ୍ରଣ ଜନିତ ସମସ୍ୟା ସୃଷ୍ଟି କରିପାରେ । ଶରୀରକୁ ପୋଛିବା ପାଇଁ ଶୁଖିଲା ଟାୱେଲ ବ୍ୟବହାର କରନ୍ତୁ । ଓଦା ଟାୱେଲରେ ପୋଛନ୍ତୁ ନାହିଁ । ଏହା ଦ୍ୱାରା ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.