fbpx

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ: ଦେଶରେ ୧ କୋଟି ପାର କଲା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାକରଣ କ୍ଷେତ୍ରରେ ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଦେଶରେ ୧କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ପ୍ରଦାନ କରାଯାଇଛି ।  ଦେଶରେ ଗତ ୧୦ତାରିଖରୁ ସ୍ୱାସ୍ଥ୍ୟମର୍କୀ, ଆଗଧାଡିର କରୋନା ଯୋଦ୍ଧା ଓ ଏକାଧିକ ରୋଗରେ ପୀଡିତ ୬୦ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଟିକା ପ୍ରଦାନ କରାଯାଉଛି । ୧୯ଦିନ ଭିତରେ ୧କୋଟି ୫ଲକ୍ଷରୁ ଅଧିକ ଲୋକ ବୁଷ୍ଟର ଡୋଜ୍ ନେଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କୋ-ୱିନ ପୋର୍ଟାଲର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ ମୋଟ ଟିକାକରଣ ସଂଖ୍ୟା ୧୬୫କୋଟି ଅତିକ୍ରମ କରିଛି । ସେଥିମଧ୍ୟରୁ ୧୫ରୁ ୧୭ବର୍ଷ ବୟସର ୪କୋଟି ୪୯ଲକ୍ଷରୁ ଅଧିକ ପିଲା ଟିକା ନେଇଛନ୍ତି । ଅନ୍ୟପକ୍ଷରେ ୯୩କୋଟି ୮୫ଳକ୍ଷରୁ ଅଧିକ ପ୍ରଥମ ଡୋଜ୍ ଏବଂ ୭୦କୋଟି ୧୦ଲକ୍ଷରୁ ଅଧିକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Get real time updates directly on you device, subscribe now.