fbpx

ବିରାଟ କୋହଲିଙ୍କ କୋଚ୍ କହିଲେ- କାହିଁକି ଅଧିନାୟକ ପାଇଁ ରୋହିତ ଶର୍ମା ସବୁଠୁ ଉପଯୁକ୍ତ ଖେଳାଳି

ନୂଆଦିଲ୍ଲୀ : ଭାରତୀୟ ଦଳ ଆସନ୍ତା ମାସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ସହ ରୋହିତ ଶର୍ମା ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଜର ଦାୟିତ୍ଵ ଗ୍ରହଣ କରିବେ। ବିରାଟ କୋହଲିଙ୍କଠୁ ଅଧିନାୟକ ପ୍ରତ୍ୟାହାର ପରେ ଗତ ବର୍ଷ ରୋହିତ ଶର୍ମାଙ୍କୁ ଅଧିନାୟକ ଘୋଷିତ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ନିକଟରୁ ଟେଷ୍ଟ ସିରିଜରେ ୧-୨ରେ ହାରିବା ପରେ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ଦେଇଛନ୍ତି। ରୋହିତଙ୍କୁ ପ୍ରଥମେ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏବେ ଟେଷ୍ଟ ଦଳର ଅଧିନାୟକ ପଦ ଦୌଡରେ ରୋହିତ ଶର୍ମା ଆଗରେ ରହିଛନ୍ତି।

ତେବେ ଟେଷ୍ଟ ଦଳର ଅଧିନାୟକ ପାଇଁ କେଏଲ ରାହୁଲଙ୍କ ନାମ ଉପରେ ମଧ୍ୟ ବିଚାର ଚାଲିଛି। ମାତ୍ର ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କ ନେତୃତ୍ଵରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ୩-୦ରେ ପରାସ୍ତ ହୋଇଥିଲା।  ତେଣୁ ସେ ଅଧିନାୟକ ଭାବେ ଏବେ ସେ ଫିଟ୍ ନଥିବା ବିଶେଷଜ୍ଞ କହିଛନ୍ତି। ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପିଲା ବେଳର କୋଚ୍ ରାଜକୁମାର ଶର୍ମା କହିଛନ୍ତି, ଅଧିନାୟକତ୍ଵ ପାଇଁ ରୋହିତ ଶର୍ମାଙ୍କଠୁ ଭଲ ଖେଳାଳି ଆଉ କେହି ନୁହନ୍ତି।

ରାଜକୁମାରଙ୍କ ମତରେ ରୋହିତ ଶର୍ମା କୋହଲିଙ୍କ ସ୍ଥାନ ନେବା ପାଇଁ ଏକ ସର୍ବୋତ୍ତମ ବିକଳ୍ପ। କାରଣ ସେ ତିନି ଫର୍ମାଟ୍ ଖେଳୁଛନ୍ତି। ଏଥିସହ ରୋହିତଙ୍କ ପାଖରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ବିଜେତା କରିବାର ଅନୁଭବ ରହିଛି। ଇଣ୍ଡିଆ ନ୍ୟୁଜ୍ ସହ ଆଲୋଚନା ବେଳେ ସେ କହିଛନ୍ତି, ମୋତେ ଲାଗୁନାହିଁ ରୋହିତଙ୍କ ବ୍ୟତୀତ ଏହି ପଦରେ ଆଉ କିଏ ଭଲ ବିକଳ୍ପ ଅଛନ୍ତି। କାରଣ ତିନି ଫର୍ମାଟରେ ତାଙ୍କ ବ୍ୟତୀତ ଆଉ କେହି ଖେଳାଳି ନାହାନ୍ତି। ତେଣୁ ମୋ ମତରେ ଅଧିନାୟକ ଭାବେ ରୋହିତ ଯୋଗ୍ୟ ବୋଲି କୋହଲିଙ୍କ ପିଲା ବେଳର କୋଚ୍ ରାଜକୁମାର ଶର୍ମା କହିଛନ୍ତି।

Get real time updates directly on you device, subscribe now.