fbpx

କାହିଁକି ହୋଇଥାଏ ବ୍ରେନଷ୍ଟ୍ରୋକ: ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

ରକ୍ତ ସଞ୍ଚାଳନର ବ୍ୟାଘାତ ଘଟିଲେ ମସ୍ତିଷ୍କରେ କିମ୍ବା ହୃଦପିଣ୍ଡକୁ ଠିକ୍ ପରିମାଣରେ ରକ୍ତ ସଞ୍ଚାଳିତ ନହେଲେ Stroke ହୋଇଥାଏ ।

କଣପାଇଁ ହୋଇଥାଏ:
ଶରୀରର ହାତ,ଗୋଡ ଓ ମସ୍ତିଷ୍କର ବିଶ୍ରାମ ଅଛି ,କିନ୍ତୁ ହୃତିପିଣ୍ଡ ଓ ରକ୍ତ ସଞ୍ଚାଳନ ପାଇଁ ନଳୀମାନଙ୍କର ଆଦୌ ବିଶ୍ରାମ ନାହିଁ ।ବୟସ ବଢିଲେ ବେକ ଓ ମସ୍ତିଷ୍ଜର Wall ଗୁଡିକରେ ଚର୍ବି (Cholestrol) ଜମିଥାଏ ।ଯାହାଫଳରେ ନଳୀଗୁଡିକ ମୋଟାହୋଇ ରୁଦ୍ଧ ହୋଇଯାଏ ।ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରେ ନାହିଁ ।
@ନଳୀରେ ଜମିଥିବା ଚର୍ବି ରକ୍ତ ସ୍ରୋତରେ ଭାସିଯାଇ ମସ୍ତିଷ୍କର ଛୋଟ ଛୋଟ ନଳୀକୁ ବନ୍ଦ କରିଦିଏ ।

କିପରି ଜାଣିବେ
ରକ୍ତ ସଞ୍ଚାଳନ ହଠାତ୍ ବନ୍ଦ ହୋଇଗଲେ ବିଭିନ୍ନ ପ୍ରକାର ପକ୍ଷାଘାତ ରୋଗ ହୋଇଥାଏ ।
@ ରୋଗୀଟି ସ୍ମରଣଶକ୍ତି ହରେଈବସେ ।
@ରୋଗୀଟି ବେହୋସ ବି ହେଇପାରେ
@କଥା କହିବାର ଶକ୍ତି ହରେଇବସେ
@କେଵେ କେବେ କଥା କହିପାରେ ମାତ୍ର ସ୍ପଷ୍ଟ କଥା କହିପାରେନି
@ଭିନ୍ନ ଭିନ୍ନ ରୋଗୀଙ୍କୁ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଏ

ଏଭଳି ଲକ୍ଷଣ ଦେଖାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ସହ  CT-BRAIN କରାଇବା ନିହାତି ଆବଶ୍ୟକ ।
ତାସହ କିଛି ରକ୍ତପରିକ୍ଷା ଡାକ୍ତରଙ୍କ ପରାମର୍ଶ ଅନୁଯାଇ କରାନ୍ତୁ ଏବଂ cholesterol ,triglyceride ନିଶ୍ଚିତ ଭାବେ କରାନ୍ତୁ ।
@ଚର୍ବିଜାତୀୟ ଖାଦ୍ୟ କମ୍ ଖାଇବା ସହ ନିୟମିତ ବ୍ୟାୟାମ କରିବା ଉଚିତ୍
@ଚର୍ବିର ପରିମାଣ କମେଇବା ପାଇଁ ଔଷଧ ନିୟମିତ ଭାବେ ଖାଇବା ଆବଶ୍ୟକ

Get real time updates directly on you device, subscribe now.