ଲଣ୍ଡନ: BBC(ବ୍ରିଟିଶ ବ୍ରଡକାଷ୍ଟିଙ୍ଗ କର୍ପୋରେସନ) ଚ୍ୟାନେଲ ପାଇଁ ଏକ ଶୋ’ର ଶୁଟିଙ୍ଗ ଚାଲିଥିବା ସମୟରେ ବଳାତ୍କାରର ଶିକାର ହୋଇଛନ୍ତି ମହିଳା କର୍ମୀ । ନୂଆ ଶୋ’ HUNGRY FOR IT ଶୋ’ର ଶୁଟିଙ୍ଗ ଏଭଳି ଘଟଣା ଘଟିଛି । ଏହି ଦୁଷ୍କର୍ମର ଶିକାର ହୋଇଛନ୍ତତି ନିଜେ ଶୋ’ର ଉପସ୍ଥାପିକା ଷ୍ଟେସୀ ଡୁଲେ ।
ବିଶେଷତଃ ଟିଭି ଚ୍ୟାନେଲରେ କାମ କରିବା ଏକ ସୁରକ୍ଷିତ କାମ ବୋଲି ସମସ୍ତଙ୍କ ମନରେ ତାଏ । କିନ୍ତୁ ଏହି କଥାକୁ ଭୂଲ ବୋଲି ପ୍ରମାଣ ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ବିବିସି ଚ୍ୟାନେଲରେ ଆରମ୍ଭ ହେଉଥିବା ନୂଆ କୁକ ଶୋ’ “HUNGRY FOR IT”ର ଶୁଟିଙ୍ଗ ଚାଲିଥିବା ବେଳେ କିଛି ଅସାମାଜିକ ଲୋକ ଉପସ୍ଥାପିକାଙ୍କ ରୁମରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ପରେ ଶୋ’ର ସମସ୍ତ କ୍ର୍ୟୁ ମେମ୍ବର ଭୟଭୀତ ହୋଇଯାଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ଜଣେ ଇ-ମେଲ ଜରିଆରେ ଅନ୍ୟମାନଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ ଏବଂ ଏହାକୁ ସାର୍ବଜନୀନ ନ କରିବାକୁ ପରାମର୍ଶ ଦେଇଥିଲେ ।
ଗତ ସେପ୍ଟେମ୍ବରରେ ବିବିସି-୩ ଚ୍ୟାନେଲ ପାଇଁ ସେଣ୍ଟ୍ରଲ ଲଣ୍ଡନରେ ଚାଲିଥିଲା ଏହି କୁକ ଶୋ’ର ଶୁଟିଙ୍ଗ । ଯେଉଁଥିରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଥିଲା । ତେବେ ଘଟଣାର ୯ ଦିନ ପରେ ଏକ ବିଶେଷ ସୂତ୍ରରୁ ଏ ନେଇ ଖବର ପାଇଥିଲା ଲଣ୍ଡନ ପୋଲିସ । ଏହାପରେ ତଦନ୍ତ ଜାରି କରିବା ସହ ପୀଡିତାଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ କରାଯାଇନାହିଁ ।