fbpx

ଭାରତୀୟ ମାନେ ଅଧିକାଂଶ ରଖିଥାନ୍ତି ଏହିଭଳି ପାସୱାର୍ଡ୍, ୨ ମିନିଟ୍ ରେ ହୋଇଯିବ ହ୍ୟାକ୍

ନୂଆଦିଲ୍ଲୀ: ସିକ୍ୟୁରିଟି ରିଜଲ୍ୟୁସନ୍ ପ୍ରତି ବର୍ଷ କମନ୍ ପାସୱାର୍ଡ ତାଲିକା ପ୍ରକାଶ କରିଥାଏ । ଏଥିରେ ସବୁଠାରୁ ଅଧିକ କମନ୍ ଟପ୍ ୨୦୦ ପାସୱାଡର୍୍ ସମ୍ପର୍କରେ କୁହାଯାଇଛି । ଏହି ପାସୱାଡର୍୍ କୁ ହ୍ୟାକର୍ ମାନେ ସହଜରେ କ୍ରାକ୍ କରିପାରନ୍ତି । ଏଥିମଧ୍ୟରେ କିଛି ଏପରି ପାସୱାଡର୍୍ ରହିଛି ଯାହାକୁ ଖୁବ୍ ସହଜରେ କ୍ରାକ୍ କରାଯାଇପାରେ । ଏଠାରେ କିଛି କମନ୍ ପାସୱାଡର୍୍ ସମ୍ପର୍କରେ କହିବାକୁ ଯାଉଛୁ ଯଦି ଆପଣଙ୍କ ପାସୱାର୍ଡ ଏହି ତାଲିକାରେ ରହିଛି ତାହେଲେ ତୁରନ୍ତୁ ବଦଳାଇ ଦିଅନ୍ତୁ ।

ପାସୱାର୍ଡ ତାଲିକା:

Aditya, Ashish, Anjali, Archana, Anuradha, Deepak, Dinesh, Ganesh, Gaurav, Gayathri, Hanuman, Hariom, Harsha, Krishna, Khushi, Karthik, Lakshmi, Lovely, Manish, Manisha, Mahesh, Naveen, Nikhil, Priyanka, Prakash, Poonam, Prashant, Prasad, Pankaj, Pradeep, Praveen, Rashmi, Rahul, Rajkumar, Rakesh, Ramesh, Rajesh, Sairam, Sachin, Sanjay, Sandeep, Sweety, Suresh, Santosh, Simran, Sandhya, Sunny, Tinkle, Vishal.

କେମିତି ରଖିବେ ଷ୍ଟ୍ରଙ୍ଗ ପାସୱାର୍ଡ୍:

ଅଧିକାଂଶ ଲୋକ ନିଜର ନାମ, ଜନ୍ୱ ତାରିଖ, ଫୋନ୍ ନମ୍ବର କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟକୁ ପାସୱାର୍ଡ କରିଥାନ୍ତି । ସିକ୍ୟୁରିଟି ଏକ୍ସପର୍ଟଙ୍କ କହିବାନୁସାରେ, ଏଭଳି ପାସୱାର୍ଡକୁ ହ୍ୟାକର୍ ମାନେ ମାତ୍ର କିଛି ସେକେଣ୍ଡରେ ଜାଣିନିଅନ୍ତି । ତେଣୁ ପାସୱାର୍ଡକୁ ଆପଣ ମାନେ ନମ୍ବର, ଆଲଫାବେଟ୍ ଓ ସ୍ପେଶାଲ୍ କ୍ୟାରେକ୍ଟର୍ ର କମ୍ବିନେସନ୍ ରେ ତିଆରି କରନ୍ତୁ । ଏହିଭଳି ପାସୱାର୍ଡ ଆପଣଙ୍କ ଆକାଉଣ୍ଟ୍ କୁ ସେଫ୍ ରଖିବାରେ ସହାୟକ ହେବ ଓ ହ୍ୟାକର୍ ମାନେ କ୍ରାକ୍ କରିପାରିବେ ନାହିଁ ।

Get real time updates directly on you device, subscribe now.